ଦୁର୍ଘଟଣାରେ ଜେଜେ  ଓ ନାତି ଗୁରୁତର

 ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଏହି ଥାନା ଅଧିନ କୁଜି ଗତି ଗ୍ରାମର ଅଜୟ କୁମାର ପାଣି (୭୦) ବେତନଟୀ ସ୍ଥିତ ଚଣ୍ଡି ମନ୍ଦିରରେ ପୂଜାକ ଭାବେ ଦୈନିକ ପୂଜା କରନ୍ତି । ଆଜି ସନ୍ଧ୍ୟା ସମୟରେ ନିଜର ନାତି ନିଗମାନନ୍ଦଙ୍କ ସହିତ ବାଇକ ଯୋଗେ ବେତନଟୀ ଯାଉଥିବା ସମୟରେ ଯୁଗଳ ଓଭରବ୍ରୀଜ୍ ନିକଟରେ ଏକ ଗାଇକୁ ଧକ୍କା ଦେଇ ରାସ୍ତାରେ ଘୋଷାତି ହୋଇ ପଡ଼ିଯାଇଥିଲେ  । ଏଥିରେ ଜେଜେ ଅଜୟଙ୍କ ଆଣ୍ଠୁ ଗଣ୍ଠି ଭାଙ୍ଗି ଯାଇଥିବା ସହିତ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା  । ନାତି ନିଗମାନନ୍ଦ ଅଳ୍ପ ଆହତ ହୋଇଥିବା ଜଣାଯାଇଛି । ସଙ୍ଗେ ସଙ୍ଗେ ଉଭୟଙ୍କୁ ବୈଶିଙ୍ଗା ଡାକ୍ତରଖାନା ଆଣି ପ୍ରାଥମିକ ଚିକିସôା ପରେ ଗୁରୁତର ଭାବେ ଅଜୟଙ୍କୁ ବାଲେଶ୍ୱର ନିଆଯାଇଛି  ।