ଧାନ ଫସଲ ନଷ୍ଟ, କ୍ଷତିପୂରଣ ଦାବି
ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଡ଼ମଝର ଗ୍ରାମପଞ୍ଚାୟତର ମଣ୍ଡୋବିର୍ଲି ଗ୍ରାମରେ ଧାନ ଚାଷରେ ବଙ୍କୀ ରୋଗ ପୋକ ଦାଉରୁ ୧୨୯ ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀ ଚିନ୍ତିତ ରହିଛନ୍ତି ।
ଅପରପକ୍ଷରେ ଏହି ଚାଷ ହୋଇଥିବା ନେଇ ମିଳିତ ନିରୀକ୍ଷଣ ହୋଇନଥିବା ଜଣାପଡି ଥିବା ବେଳେ ଚାଷୀ ଧାନ ବିକ୍ରି କରିବାରେ ସମସ୍ୟା ସୃଷ୍ଟି ହେବା । ମଣ୍ଡୋବିର୍ଲି ଗ୍ରାମରେ ପାଞ୍ଚ ଗୋଟି ଉଠା ଜଳସେଚନ ମାଧ୍ୟମରେ ୧୨୯ ହେକ୍ଟରରୁ ଊଦ୍ଧ୍ୱର୍ ଧାନ ଚାଷ କରିଛନ୍ତି । ଉଠା ଜଳସେଚନ ୧ ପଏଣ୍ଟରୁ ୨୪.୫୦ ଏକର ଧାନ ଚାଷ ହୋଇଥିବା ବେଳେ ଦୁଇ ନମ୍ୱର୍ ଉଠା ଜଳସେଚନ ପଏଣ୍ଟରୁ ୨୬.୫୦ ଏକର ଜମି ଚାଷ ହୋଇଅଛି । ସେହିପରି ୩ ପଏଣ୍ଟ ରୁ ୬୦.୫୦ ଏକର ଜମି ଚାଷ ହୋଇଛି । ସେହିପରି ୪ ଓ ୫ ଉଠା ଜଳସେଚନ ପଏଣ୍ଟରୁ ୧୫.୪୦ ଏକର ଏବଂ ୧୪.୨୦ ଏକର୍ ଜମି ଚାଷ ହୋଇଥିବା ବେଳେ ଏହି ଫସଲ ରୋଗ ପୋକ ଆକ୍ରମଣ ହୋଇଥିବା ବେଳେ ଫସଲ ନଷ୍ଟ ହୋଇଛି ।