ନଙ୍ଗଲବୋର୍ଡରେ ଡାକ୍ତରୀ ଦଳଙ୍କ ସ୍ଥିତି ଅନୁଧ୍ୟାନ
ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋର୍ଡ ଗାଁରେ ଦେଖାଦେଇଥିବା ଝାଡାବାନ୍ତି ରୋଗ ନିୟନ୍ତ୍ରଣାଧିନ ଥିବା ଜଣାପଡିଛି । ବିଗତ ୨୪ଘଣ୍ଟା ମଧ୍ୟରେ ଗୋଟିଏ ବି କେସ୍ ସାମ୍ନା ଆସିନାହିଁ । ବର୍ତ୍ତମାନ ମଧ୍ୟ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ଗାଁରେ ଅସ୍ଥାୟୀ କ୍ୟାମ୍ପ କରି ଗାଁ ଲୋକଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ଘର ଘର ବୁଲି ଲୋକଙ୍କୁ ମାଇକ୍ ଯୋଗେ ସଚେତନ କରୁଛନ୍ତି । ଏପରିକି ନିଜ ଘରଦ୍ୱାରକୁ ସଫା ରଖିବା ସହ ପାଣିକୁ ଗରମ କରି ଫୁଟାଇ ପିଇବା ପାଇଁ ସଚେତନ ମଧ୍ୟ କରୁଛନ୍ତି । ଅପରପକ୍ଷରେ ସୂଚନା ପାଇବା ପରେ ବଲାଙ୍ଗୀର ଭୀମଭୋଇ ମେଡିକଲ କଲେଜର ଡାକ୍ତର ତୁଷାର କାନ୍ତ ମେହେରଙ୍କ ନେତୃତ୍ୱରେ ଏକ ତିନିଜଣିଆ ଡାକ୍ତରୀ ଦଳ ନଙ୍ଗଲବୋର୍ଡ ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଛି ସ୍କୁଲ ପିଲା ମଧ୍ୟ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବାରୁ ଡାକ୍ତରୀ ଦଳ ପ୍ରଥମେ ସ୍କୁଲକୁ ପରିଦର୍ଶନ କରିବା ଛାତ୍ରଛାତ୍ରୀଙ୍କ ଶିକ୍ଷକମାନଙ୍କ ପଚାରି ବୁଝିଥିବା ବେଳେ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛନ୍ତି । ତେବେ ଦୂଷିତ ପାଣିରୁ ହିଁ ଝାଡାବାନ୍ତି ବ୍ୟାପୀ ଥିବା ନେଇ ପାଣି ସଂଗ୍ରହ କରି ଏହାର ପରୀକ୍ଷା ପାଇଁ ପଠାଇଥିବା ବେଳେ ନଙ୍ଗଲବୋର୍ଡ ଗାଁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ଡାକ୍ତରୀ ଦଳ ମୁଖ୍ୟ ଶ୍ରୀଯୁକ୍ତ ମେହେର କହିଛନ୍ତି ।