ସ୍କୁଲର ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ଶୁଭାରମ୍ଭ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନେତାଜୀ ପାର୍କ ନିକଟସ୍ଥ ସାଂସ୍କୃତିକ ଭବନରେ ହିଞ୍ଜିଳିକାଟୁ ସୂନ୍ଦର ମାଧବ ବେଦ କର୍ମକାଣ୍ଡ ସ୍କୁଲର ଦ୍ୱିତୀୟ ପରିଯୋଜନା ଶିକ୍ଷା ସଂସ୍କୃତି ଓ ସମୃଦ୍ଧି ୨୦୨୫-୨୦୩୦ର ଶୁଭାରମ୍ଭ ହୋଇଛି । ମହର୍ଷି ବେଦବ୍ୟାସ ସାଂସ୍କୃତିକ ବିଦ୍ୟା ପରିଷଦ କଲ୍ୟାଣ ଟ୍ରଷ୍ଟ ସଭାପତି ସଙ୍କର୍ଷଣ ପାଠୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଭାବେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇଥିବା ବେଳେ, ମୁଖ୍ୟଅତିଥି ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା, ବିଶିଷ୍ଟଅତିଥି ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ସମ୍ମାନିତଅତିଥି ସରକାରୀ ବୃନ୍ଦାବନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉପେନ୍ଦ୍ର ସାବତ, ମୁଖ୍ୟବକ୍ତା ରାମାଧିନ ସଂସ୍କୃତି କଲେଜ ବ୍ରହ୍ମପୁର ଅଧ୍ୟକ୍ଷ ମହନ୍ତ ଡ. ହରିହର ଦାସ ଓ ସୂନ୍ଦର ମାଧବ ବେଦ କର୍ମକାଣ୍ଡ ସ୍କୁଲର ପ୍ରଧାନଶିକ୍ଷକ ଦିପ୍ତିରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ ।
ପ୍ରଥମେ ଅତିଥିଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାର୍ଥୀଙ୍କ ଦ୍ୱାରା ସଙ୍ଗୀତ ଗାନ କରାଯାଇଥିଲା । କୁନୀ ବିଦ୍ୟାର୍ଥୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଭାଷଣ ସହ ବେଦ ମନ୍ତ୍ର ଓ ଶିକ୍ଷାର ବିସ୍ତାର କରିଥିଲେ । ପ୍ରକୃତ ଶିକ୍ଷା ମନୁଷ୍ୟକୁ ଜ୍ଞାନର ସର୍ବୋର୍ଚ୍ଚ ଶିଖରରେ ପହଞ୍ଚାଇଥାଏ । ବୈଷୟିକ ଶିକ୍ଷା ହେଉ ଅବା ନୈତିକ ଶିକ୍ଷା, ଉଭୟକୁ ସକାରାତ୍ମକ ଭାବେ ଗ୍ରହଣ କଲେ ବିଦ୍ୟାର୍ଥୀ ଜୀବନରେ ଉନ୍ନତି କରିଥାଆନ୍ତି । ଏହି ଶିକ୍ଷାକୁ ଉଚିତ ମାର୍ଗରେ ଶିକ୍ଷାର୍ଥୀଙ୍କ ନିକଟରେ ଉପସ୍ଥାପନା କରିବା ଦାୟିତ୍ୱ ଗୁରୁଙ୍କର । ତେଣୁ ଶିକ୍ଷକଙ୍କ ଉପରେ ନ୍ୟସ୍ତ ଥାଏ ଶୃଙ୍ଖଳିତ ଓ ସଫଳ ଛାତ୍ର ଗଠନର ଦାୟିତ୍ୱ । ଭାରତରେ ଗୁରୁ-ଶିକ୍ଷ୍ୟର ପରମ୍ପରା ଆବାହମାନ କାଳରୁ ଚାଲିଆସିଛି । ଗୁରଙ୍କ ଜୀବନ ସର୍ବଦା ସମର୍ପିତ ହୋଇଥାଏ ଶିଷ୍ୟ ତଥା ସମାଜର ଉନ୍ନତି ନିମନ୍ତେ । ଏହାଦ୍ୱାରା ସମାଜକୁ ସେମାନେ ସଚେତନପୂର୍ଣ୍ଣ ନାଗରିକ ଦେଇପାରିବେବୋଲି ଅତିଥି ବୃନ୍ଦ କହିଥିଲେ ।