ବିଭିନ୍ନ ସ୍କୁଲରେ ପ୍ରବେଶ ଉତ୍ସବ 

 ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲରେ +୨ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି । ପିପୁଲ୍ସ ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧ୍ୟାପକ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ +୨ କଳା ବିଭାଗର ଏବଂ ଅଧ୍ୟାପକ ମନୋଜ ଦାସଙ୍କ ପୌରୋହିତ୍ୟରେ +୨ ବିଜ୍ଞାନ ବିଭାଗ ପକ୍ଷରୁ ପୃଥକ୍ ଭାବେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ, ଏ ଅବସରରେ  ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ଶିକ୍ଷାନୁଷ୍ଠାନର ନୀତିନିୟମ ସମ୍ପର୍କରେ ଅବଗତ କରାଯାଇଥିଲା । ସେହିପରି ବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧ୍ୟକ୍ଷ ମନୋଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବ ଅବସରରେ +୨ କଳା ବିଭାଗର ନୂତନ ଛାତ୍ରୀଙ୍କୁ ସ୍ୱାଗତ କରାଯାଇ ମାର୍ଗ ଦର୍ଶନ କରାଯାଇଥିଲା ।