ଗ୍ରାମବାସୀଙ୍କ ସମସ୍ୟା ନେଇ ବୈଠକ
ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗାଁର ବାସିନ୍ଦାଙ୍କ ମଧ୍ୟରେ ଥିବା ଖଣି କାର୍ଯ୍ୟକଳାପ ଦ୍ୱାରା ଗୃହର କ୍ଷତି, କମ୍ପନ ଦ୍ୱାରା ଭୟ ଏବଂ ଘର ଭାଙ୍ଗିବା ପ୍ରସଙ୍ଗ ନେଇ ଖଣି ସୁରକ୍ଷା ନିଦେ୍ର୍ଦଶାଳୟ (ଡିଜିଏମ୍ଏସ୍) ଗ୍ରାମବାସୀଙ୍କ ସହ ଏକ ବୈଠକ ହୋଇଛି । ଭୁବନେଶ୍ୱରୀ ପ୍ରକଳ୍ପ ଅଫିସରେ ଅନୁଷ୍ଠିତ ବୈଠକରେ ଏମ୍ସିଏଲ୍ର ମହାପ୍ରବନ୍ଧକ ଏବଂ ଅନ୍ୟ କର୍ତୃପକ୍ଷ ଉପସ୍ଥିତ ଥିଲେ । ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ଏଯାଏଁ ହୋଇ ପାରି ନଥିବାରୁ ଏହି ବୈଠକ ଅବସରରେ ଗ୍ରାମବାସୀ କ୍ଷୁବ୍ଧ ପ୍ରକାଶ କରିଥିଲେ । ଏହି ଅଂଚଳରେ ଖଣି କାର୍ଯ୍ୟ ଯୋଗୁଁ ସେମାନଙ୍କ ଘରେ ଫାଟ, କ୍ରମାଗତ କମ୍ପନ ଏବଂ ଭୟର ବାତାବରଣ ଥିବାର ରଘୁନାଥପୁର ବାସିନ୍ଦା ଜଣାଇ ଆସୁଛନ୍ତି । ଗ୍ରାମବାସୀ ଦାବି କରିଛନ୍ତି ଯେ, ବିସ୍ଫୋରଣ କାର୍ଯ୍ୟକଳାପରୁ କମ୍ପନ ଏବଂ ଶବ୍ଦ କେବଳ ସେମାନଙ୍କର ସମ୍ପତି ନଷ୍ଟ କରିନାହିଁ ବରଂ ସେମାନଙ୍କର ଦୈନଦିନ ଜୀବନକୁ ମଧ୍ୟ ବ୍ୟାହତ କରି ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପକାଇଛି । ଏ.କେ ମିଶ୍ରଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସମସ୍ୟା ପୁନର୍ବାର ଶୁଣିଥିଲେ ଏବଂ ସେମାନଙ୍କ ସମସ୍ୟାର ଗ୍ରାମକୁ ଯାଇ ଅନୁସନ୍ଧାନ କରିଥିଲେ । ବୈଠକରେ ଗ୍ରାମବାସୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥିରେ କ୍ଷତିଗ୍ରସ୍ତ ସମ୍ପତିର କ୍ଷତିପୂରଣ, ଖଣି କାର୍ଯ୍ୟକଳାପ ଉପରେ କଠୋର ଏବଂ କମ୍ପନକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବେ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ । ଡିଜିଏମ୍ଏସ୍ ଅଧିକାରୀ ଗ୍ରାମବାସୀଙ୍କ ଦାବିକୁ ସ୍ୱୀକାର କରିଥିଲେ ଏବଂ କଠୋର ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ଖଣି କମ୍ପାନୀଙ୍କୁ ଆଦେଶ ଦେଇଥିଲେ । ଆଗକୁ ଯଦି ସମସ୍ୟା ସମାଧାନ ନ ହୁଏ ତାହେଲେ ସେମାନେ ବ୍ଲାଷ୍ଟିଂକୁ ଗ୍ରାମବାସୀବିରୋଧ କରିବେ ।