ଖଇରବଣି ଆଶ୍ରମ ବିଦ୍ୟାଳୟକୁ ଜାତୀୟ ଜଳ ପୁରAWARDସ୍କାର 

ାା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀ ବ୍ଲକ ଅନ୍ତର୍ଗତ ଖଇରବଣି ଆଶ୍ରମ ବିଦ୍ୟାଳୟକୁ ଜାତୀୟ ଜଳ ପୁରସ୍କାର ମିଳିଛି । ଗତ ୨୨ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଉପସ୍ଥିତି ଓ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ପଞ୍ଚମ ଜାତୀୟ ଜଳ ପୁରସ୍କାର । ଜଳ ହିଁ ଜୀବନ । ଜଳର ସୁପରିଚାଳନା, ସଂରକ୍ଷଣ, ତଥା ଉତ୍ତମ ବ୍ୟବହାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟ, ଜିଲ୍ଲା, ଅନୁଷ୍ଠାନ, ପୌରାଞ୍ଚଳ, ଗ୍ରାମ ପଞ୍ଚାୟତ, ବିଦ୍ୟାଳୟ/ମହାବିଦ୍ୟାଳୟ ଏହିପରି ଆଠଟି ବର୍ଗରେ ଏହି ପୁରସ୍କାର ଭାରତର ଜଳଶକ୍ତି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିଲା । ୨୦୧୮ ମସିହାଠାରୁ ଏହି ପୁରସ୍କାର ଆୟୋଜନ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି ।  ଏହି ସମାରୋହରେ ଓଡିଶା ଶ୍ରେଷ୍ଠ ରାଜ୍ୟ, ବଲାଙ୍ଗୀର ପୂର୍ବାଞ୍ଚଳର ଶ୍ରେଷ୍ଠଜିଲ୍ଲା, ପୁରୀ ଶ୍ରେଷ୍ଠ ସହରାଞ୍ଚଳ ତଥା ବେତନଟୀ ବ୍ଲକ ଖଇରବଣି ଆଶ୍ରମ ବିଦ୍ୟାଳୟ ଓଡିଶାରୁ ଏକମାତ୍ର ବିଦ୍ୟାଳୟ ଭାବରେ ଏହି ଜାତୀୟ ପୁରସ୍କାର ପାଇଛି । ଭାରତର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଠାରୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବିନୀତା ଦାଶ ଟ୍ରଫି, ମାନପତ୍ର ଗ୍ରହଣ କରିଛନ୍ତି । ପୁରସ୍କାର ରାଶି ବାବଦରେ ବିଦ୍ୟାଳୟକୁ ଏକ ଏକ୍ଷ ଟଙ୍କା ମିଳିଛି । ଏହି ଅନୁଭୂତି ଅବିସ୍ମରଣୀୟ ଓ ବିରଳ ଅଟେ ବୋଲି ପ୍ରଧାନଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଚାରିଟି ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଭୂତଳ ଜଳ ସଂରକ୍ଷଣରେ ସହାୟକ ହେଉଛି । ତରଳ ବର୍ଜ୍ୟ ବସ୍ତୁର ସୁପରିଚାଳନା, ଉତ୍ତମ ପାନୀୟ ଜଳର ବ୍ୟବହାର, ପିଲାମାନଙ୍କର ବ୍ୟାବହାରିକ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଉଛି । ଏହି ପୁରସ୍କାର ବିଦ୍ୟାଳୟର ଗୌରବମୟ ଇତିହାସରେ ଆଉ ଏକ ପୃଷ୍ଠା ଯୋଡି ଦେଇଛି । ପ୍ରକାଶ ଥାଉକି, ସମସ୍ତଙ୍କର ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ଏହି ବିଦ୍ୟାଳୟ ପୂର୍ବରୁ ଦୁଇଥର ରାଜ୍ୟସ୍ତରୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି । ଏହି ସଫଳତାର ଶ୍ରେୟ ପ୍ରଧାନଶିକ୍ଷୟିତ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସଦସ୍ୟ, ଗ୍ରାମବାସୀ, ବିଭାଗୀୟ ଅଧିକାରୀଙ୍କୁ ଦେଇଛନ୍ତି । ବେତନଟୀ ବ୍ଲକ ଓଷ୍ଟା ସଂପାଦକ ସୂର୍ଯ୍ୟାନନ୍ଦ ନାୟକ, ଛାତ୍ର ଅନୁଷ୍ଠାନ ଆମ୍ଭେ-୮୩ର ସଂପାଦକ ସଞ୍ଜୟ କୁମାର ଭୂୟାଁ, ଅଗ୍ରଣୀ ନାରୀ ସଂଗଠନ ‘ପଦ୍ମମାଳୀ’ର କର୍ମକର୍ତ୍ତାମାନେ ତଥା ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଦସ୍ୟମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।