ସର୍ବଦଳୀୟ ବୈଠକ ଡାକିଲେ ଉପଜିଲ୍ଲାପାଳ

 ଚମ୍ପୁଆ : ନୂତନ ବୁଥ୍ସ୍ତରିୟ ପରିବର୍ତନ ପାଇଁ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ତତ୍ୱାବଧାନରେ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଇଲେକ୍ସନ କମିସନ ଅଫ ଇଣ୍ଡିଆଙ୍କ ଆଦେଶରେ ଯୋଉଁ ବୁଥ୍ରେ ୧୨୦୦ରୁ ଅଧିକ ଭୋଟର ରହିଥିବେ ସେମାନଙ୍କ ନିମନ୍ତେ ନୂତନ ବୁଥ୍ କରିବା ଏବଂ ଆବଶ୍ୟକ ପଡିଲେ ଗ୍ରାମାଚଂଳରେ ୨କିମି ଓ ସହାରାଚଂଳରେ ୧କିମି ଭିତରେ କମ ଭୋଟର ଥିବା ବୁଥ ଗୁଡିକରେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା । ନୂତନ ଭୋଟଗ୍ରହଣ କେନ୍ଦ୍ର ନିମନ୍ତେ ସ୍ଥାନ, ପାରିପାର୍ଶିକ ଅବସ୍ଥା, ଆନୁସାଙ୍ଗିକ ଭିତ୍ତିଭୂମି ଆଦି ତଦାରଖ ଉପରେ ରାଜନୈତିକ ଦଳଙ୍କ ସହ ଆଲୋଚନା କରାଯାଇଥିଲା । ବିଶେଷ ଭାବରେ ଚମ୍ପୁଆ ବିଧାନସଭା (୨୫) ଅଧିନରେ ଥିବା ବଡବିଲ ସହରାଞ୍ଚଳର ୧୯ଗୋଟି ବୁଥ,ଯୋଡା ବ୍ଲକର ୧୨ଟି,ଯୋଡା ସହରାଚଂଳର ୧୨ଟି, ଚମ୍ପୁଆ ବ୍ଲକର ୨ ଗୋଟିଓ ଚମ୍ପୁଆ ଏନଏସିର ୩ଟି ବୁଥ୍କୁ ମିଶାଇ ୪୮ ଗୋଟି ବୁଥ୍ରେ ୧୨୦୦ରୁ ଅଧିର୍କ ଭୋଟର ରହିଥିବା ବେଳେ, ପାଟଣା ନିର୍ବାଚନ ମଣ୍ଡଳିର ୨୧ଟି ବୁଥ୍ରେ ୧୨୦୦ରୁ ଉର୍ଦ୍ଧ ଭୋଟର ରହିଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ବୈଠକକୁ ସହକାରୀ ଜିଲ୍ଲାପାଳ ଫୁରଲାଇ ବେଶ୍ରା ପରିଚାଳନା କରିଥିଲେ ।