ଇଲେକ୍ଟ୍ରି ତାର ଜବତ; ୨ କୋର୍ଟ ଚାଲାଣ
ବାଲିକୁଦା: ବାଲିଚନ୍ଦ୍ରପୁର ଥାନା ପଲେଇ ପଞ୍ଚାୟତ ବାରବାଟି ପଡ଼ିଆଠାରେ ନିର୍ମାଣଧିନ ଇଲେକ୍ଟ୍ି୍ର ଗ୍ରିଡ଼ ପରିସରରୁ ତାର ଚୋରି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ପଲେଇ ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ପ୍ରଦୀପ (୩୯) ଓ ଉମେଶ ଜେନାଙ୍କ ପୁଅ ଜିତେନ୍ଦ୍ର (୩୩) ହୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏକ ଅଟୋରେ ତାର ଯାଉଥିବା ସମୟରେ କଟିକଟା ଛକ ନିକଟରୁ ପୁଲିସ ଦେଢକ୍ୱିଣ୍ଟାଲ ତାରକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲା । ଥାନା କେଶ ନଂ ୧୪୬/୨୫ରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପ୍ରଦୀପ କୁମାର ସେଠୀ ସୂଚନା ଦେଇଛନ୍ତି ।