ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ
ବେତନଟୀ : ବେତନଟୀ ବହାନଡା ଦୁର୍ଗାପୂଜା କମିଟି ପକ୍ଷରୁ ଆସନ୍ତା ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟି ସମ୍ପାଦକ ହରିଶ ଚନ୍ଦ୍ର ସାମଲଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ପ୍ରଥମେ ଗତବର୍ଷ ଆୟୟବ୍ୟୟ ହିସାବର ବିବରଣୀ ପ୍ରଦାନ କରାଯାଇଥିଲା । ତତ୍ସହିତ ଆସନ୍ତା ବର୍ଷ କିପରି ଏହି ସବୁ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହିତ ସୁଚାରୁ ରୂପେ ସମ୍ପାଦନା ହୋଇପାରିବ, ସେ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆସନ୍ତା ସେପ୍ଟେମ୍ବର ୨୮ତାରିଖରୁ ମୃଣ୍ମୟୀମା’ ଦୁର୍ଗାଙ୍କ ଷଷ୍ଠୀପୂଜା, ୨୯ତାରିଖ ମହାସପ୍ତମୀ ପୂଜା, ୩୦ତାରିଖ ଦିନ ମହାଷ୍ଟମୀ ପୂଜା, ୧ ଅକ୍ଟୋବରରେ ମହାନବମୀ ଓ ସନ୍ଧି ପୂଜା ଅନୁଷ୍ଠିତ ହେବ । ଠିକ୍ ସେହିପରି ୨ ତାରିଖରେ ମା’ ଦୁର୍ଗାଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇ ବିସର୍ଜନ ହେବ । ଏହି ବର୍ଷ କମିଟି ଦ୍ୱାରା ଦହି ପଖାଳକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ବହାନଡା ଦୁର୍ଗାପୂଜା କମିଟି ସଭାପତି ସତ୍ୟକାମ ପଣ୍ଡା କହିଛନ୍ତି । ଏହି ବୈଠକରେ ଉପସଭାପତି କୁଶଧର ବେହେରା, ସହସମ୍ପାଦକ ବିଶ୍ୱଜିତ ସାମଲ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡିତ, ସଦସ୍ୟ ଦେବେନ୍ଦ୍ର ସାହୁ, ନିରଞ୍ଜନ ଭବାନୀ ପଣ୍ଡିତ, କ୍ଷିତୀଶ ଚନ୍ଦ୍ର ସାହୁ, ସପନ କୁମାର ପଣ୍ଡିତ, ଲିଲୁପ୍ତ ବେହେରା, ଶିବାନୀ ପଣ୍ଡିତ, ସତ୍ୟଜିତ ସାମଲ, ଅଶୋକ ଦାସ, ଝୁନାବାବୁ ଗିରି, ବୁଲୁ ଲେଙ୍କା, ଲକ୍ଷ୍ମୀଧର ବେହେରା, ଅଜୟ ପାତ୍ର, ଦୀପା ନାୟକ, ଲାଲମୋହ ନାଏକ, ଖଗେନ୍ଦ୍ର ବାନି ପାତ୍ର, ବାବୁଲି ବେହେରା, ନିରଞ୍ଜନ ବେଣ୍ଟକାର, ସନ୍ତୋଷ ପାତ୍ର, କୁନା ଜେନା, ଚନ୍ଦ୍ର ଶେଖର ଦାସ, ଚକ୍ରଧର ନାୟକ, ଜିତୁ, ମିତ, ଶକ୍ତି, ହେପି, ଶୁଭମ, ଲୋହିତ, ସିପୁ, ବୀରଭଦ୍ର ରାଜେଶ, ରାମୁ, ରାହୁଲ, ଜୀବନ ପ୍ରମୁଖଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ବୈଠକକୁ ସଫଳ କରାଇଥିଲେ ।