ରାସ୍ତା ପାଲଟିଛି ମରଣଯନ୍ତା ସତର୍କ ସୂଚନା ପାଇଁ ମଝିରେ ଖୁଣ୍ଟି


ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ରାସ୍ତା ପାଲଟିଛି ମରଣ ଯନ୍ତା । ରାସ୍ତା ମଝିରେ ଖୁଣ୍ଟି ପୋତି ବିଭାଗ ପକ୍ଷରୁ ଲୋକଙ୍କୁ ସୂଚନା ଦେବାରେ ଏକ  ବିକଳ ଦୃଶ୍ୟ ଆନନ୍ଦପୁର ବ୍ଳକ ଅନ୍ତର୍ଗତ ଶାଳବଣୀ ମୁଖ୍ୟ ବଜାର ରାସ୍ତାରେ ଦେଖିବାକୁ ମିଳିଛି । ବିରାଟ ଖାଲ ସୃଷ୍ଟି ହୋଇଥିବା ଏହି ରାସ୍ତାକୁ ମରାମତି କରିବା ବଦଳରେ ଲୋକଙ୍କୁ ସତର୍କ କରିବା ପାଇଁ ବିଭାଗ ପକ୍ଷରୁ ସେହି ସ୍ଥାନରେ ଏକ ଖୁଣ୍ଟି ପୋତି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛି । ସୂଚନା ଅନୁଯାୟୀ ଶାଳବଣୀ ସତସଙ୍ଗ ବିହାର ଛକ ନିକଟରୁ ବଜାରକୁ ଯାଇଥିବା ରାସ୍ତାରେ ସତସଙ୍ଗ ମନ୍ଦିର ସମ୍ମୁଖରେ ଏକ ଛୋଟ ପୋଲ ନିର୍ମାଣ କରାଯାଇଛି । ନିମ୍ନମାନର କାର୍ଯ୍ୟ ପାଇଁ ହେଉ ଅବା ଅନ୍ୟ କୌଣସି କାରଣରୁ ପୋଲ ତଳେ ଥିବା ପାଇପ ଭାଙ୍ଗି ଯାଇ ପାଖା ପାଖି ୫ ଫୁଟର ଏକ ଗାଢ଼ ସୃଷ୍ଟି ହୋଇଛି  । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଯାତ୍ରୀ ଶାଳବଣୀ କଲେଜ, ହାଇସ୍କୁଲ, ଆନନ୍ଦପୁର ମହାବିଦ୍ୟାଳୟ, ଫକୀରପୁର ସିଟି ସ୍କୁଲ, ବିଇଡି କଲେଜକୁ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି । ତେବେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଏହାର ମରାମତି କରାନଯାଇ ଗାତ ନିକଟରେ ଏକ ବାଉଁଶ ପୋତାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଶାଳବଣୀ ସରପଞ୍ଚ ସୁବାସିନୀ ମିଶ୍ର କହିଛନ୍ତି ଘଟଣା ସମ୍ପର୍କରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।