ମହିଳାଙ୍କୁ ଆକ୍ରମଣ; ମାମଲା ରୁଜୁ
ପାଣିକୋଇଲି : ଏହି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ତେଲିଆ ଗ୍ରାମର ଜନୈକା ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ୪୭/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇ ଶିକ୍ଷକ ରହିଥିବା ବେଳେ ତ୍ୱରୀତ କାର୍ଯ୍ୟାନୁଷ୍ଠାନ ପାଇଁ ପିଡିତ ପରିବାର ପକ୍ଷରୁ ଦାବି ହୋଇଛି । ତେଲିଆ ଗ୍ରାମର ଅଶୋକ ମାହାପତ୍ରଙ୍କ ସ୍ତ୍ରୀ ଦମୟନ୍ତିଙ୍କ ଅଭିଯୋଗ ମୁତାବକ ସେ ତାଙ୍କ ଘର ବାହାରେ ଏକୁଟିଆ ଠିଆ ହୋଇଥିବା ସମୟରେ ତାଙ୍କ ଗ୍ରାମର ବିଜୟ ଦଳେଇ, ଦେବବ୍ରତ ଦଳେଇ, ପଂଚାନନନ ଦଳେଇ, ଗଣେନ୍ଦ୍ର ଦଳେଇ ପ୍ରମୁଖ ହଠାତ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଫଳରେ ଦମୟନ୍ତି ଗୁରୁତର ହୋଇଥିଲେ । ଦମୟନ୍ତିଙ୍କ ପାଟି ଶୁଣି ତାର ସ୍ୱାମୀ ଓ ପୁଅ ଆସିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଏନେଇ ଦମୟନ୍ତି ଥାନାରେ ଅଭିଯୋଗ କରିବା ସହ ଚିକିସôିତ ଅବସ୍ଥାରେ ଅଛନ୍ତି । ଅଭିଯୁକ୍ତ ବିଜୟ ଓ ଦେବବ୍ରତ ଦୁଇ ଜଣ ଶିକ୍ଷକ ହୋଇ ମଧ୍ୟ ଆଇନକୁ ହାତକୁ ନେବାକୁ ପଛାଇ ନଥିବା ବେଳେ ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଥିବା ଜଣାପଡିଛି ।