ଅନ୍ୱେଷଣ ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ
ବିଞ୍ଝାରପୁର : ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ଥିଏଟର ଗ୍ରୁପ ପକ୍ଷରୁ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ବାବା ବରୁଣେଶ୍ୱରଙ୍କ ପୀଠରେ କାଉଡ଼ିଆ ବନ୍ଧୁ ମାନଙ୍କୁ ପ୍ରସାଦ ବଂଟନ କରାଯାଇଥିଲା । ଆଜି ସକାଳୁ ଅନୁଷ୍ଠାନର ସଦସ୍ୟ ଦୁରଦୁରାନ୍ତରୁ ଆସିଥିବା କାଉଡ଼ିଆ ବନ୍ଧୁ ମାନଙ୍କୁ ବାବାଙ୍କ ବଡ଼ ଭୋଗ ବଂଟନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବୃନ୍ଦାବନ ମିଶ୍ର, କୋର୍ କମିଟିର ଅଧ୍ୟକ୍ଷ ସେକ୍ ଅବୁଦୁଲ ସାଜିଦ, କୋର୍ କମିଟିର ସଦସ୍ୟ ରବିନାରାୟଣ ରାଉତ, ଶିକ୍ଷାବିତ ଭରତ ଚନ୍ଦ୍ର ବେହେରା, ସଙ୍ଗଠନ ସମ୍ପାଦକ ଧନଞ୍ଜୟ ପୃଷ୍ଟି, ସହ ସଙ୍ଗଠନ ସମ୍ପାଦକ ତାରାକାନ୍ତ ମଲ୍ଲିକ, ବରିଷ୍ଠ ସଦସ୍ୟ ଶିଶିର କୁମାର ମହାପାତ୍ର, ସୂର୍ଯ୍ୟମଣି ବେଦି, ଗୋପାଳ ଚନ୍ଦ୍ର ବେହେରା, ଅସ୍ୱନି ପରିଡ଼ା, ବାଇଧର ବେହେରା, ସହ ସମ୍ପାଦିକା ଶକୁନ୍ତଳା ବେହେରା, ସଦସ୍ୟା ତପସ୍ୱିନୀ ମଲ୍ଲିକ,ରୁତୁପ୍ରଭା ମଲ୍ଲିକ, ମଞ୍ଜୁଲତା ମହାପାତ୍ରଙ୍କ ସମେତ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ଅଭିମନୁ୍ୟ ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।