ଋତୁସ୍ରାବବେଳେ ଯନ୍ତ୍ରଣା ହେଉଛି କି ? ଏମିତି କରନ୍ତୁ
periods
ଋତୁସ୍ରାବ ସମୟରେ ଅନେକଙ୍କୁ ପେଟ, ଅଣ୍ଟାରେ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିରୁ ମୁକ୍ତିପାଇବା ଲାଗି କେତୋଟି ଯୋଗାସନ ବେଶ୍ ଉପକାରୀ । ଜାଣିରଖନ୍ତୁ ଏହା ସମ୍ପର୍କରେ...
ସୁପ୍ତ ବୁଦ୍ଧ କୋଣାସନ: ଏହି ଆସନ କରିବା ପାଇଁ ବେଡ୍ ଉପରେ ପିଠିମାଡ଼ି ଶୋଇଯାଆନ୍ତୁ । ଦୁଇ ଆଣ୍ଠୁ ମୋଡ଼ି ଦୁଇ ପାଦ ତଳକୁ ଯୋଡ଼ନ୍ତୁ । ହାତକୁ ଖଟ ଉପରେ ଆରାମଦାୟକ ସ୍ଥିତିରେ ରଖି ଦୀର୍ଘ ନିଃଶ୍ୱାସ ନିଅନ୍ତୁ । କିଛି ସମୟ ଏପରି ସ୍ଥିତିରେ ରହିଲେ ପେଟ ଏବଂ ଅଣ୍ଟା ଯନ୍ତ୍ରଣାରେ ଉପଶମ ମିଳିଥାଏ ।
ବାଳାସନ: ଋତୁସ୍ରାବ ବେଳେ ହେଉଥିବା ଯନ୍ତ୍ରଣା ଏବଂ ଥକ୍କାପଣ ଦୂରକରିବା ଲାଗି ବାଳାସନ ବହୁ ସାହାଯ୍ୟ କରିଥାଏ । ଏହି ଆସନ କରିବା ଲାଗି ପ୍ରଥମେ୨ ଆଣ୍ଠୁ ଲଗାଇ ବସନ୍ତୁ । ଧୀରେ ଧୀରେ ମୁଣ୍ଡ ନୁଆଁଇ ତଳେ ଲଗାନ୍ତୁ ଯେପରି ପେଟ ଜଙ୍ଘ ଉପରେ ଚାପିହୋଇ ରହିବ । ଦୁଇ ହାତକୁ ଆଗକୁ ଷ୍ଟ୍ରେଚକରି ତଳେ ଲଗାନ୍ତୁ । କିଛି ସମୟ ଏପରି ରହିଲେ ଆପଣଙ୍କୁ ଆରାମ ଲାଗିବ ।
ସେତୁବନ୍ଧ ସର୍ବାଙ୍ଗାସନ: ଏହି ଆସନ ପାଇଁ ପ୍ରଥମେ ପିଠି ମାଡ଼ି ଶୁଅନ୍ତୁ । ଆଣ୍ଠୁ ଭାଙ୍ଗି ଦୁଇ ପାଦକୁ ତଳେ ଲଗାନ୍ତୁ । ଶରୀରର ଚଉଡ଼ା ଅନୁସାରେ ୨ ପାଦ ମଧ୍ୟରେ ଗ୍ୟାପ୍ ରଖନ୍ତୁ । ପାଦ, ହାତ, କାନ୍ଧକୁ ମଜଭୁତ ଭାବେ ସପୋର୍ଟ ଦେଇ ପିଠି, ଅଣ୍ଟା ଆଦିକୁ ଉପରକୁ ଉଠାନ୍ତୁ । ଏପରି ସ୍ଥିତିରେ କିଛି ସମୟ ରହିଲେ କଷ୍ଟ କମିଯିବ ।