ଜୀବିକା ମିଶନ୍ ସଂଘର ବିକ୍ଷୋଭ

 ସାଲେପୁର : ଓଡ଼ିଶା ଜୀବିକା ମିଶନ୍ ଓ ମିଶନ୍ ଶକ୍ତି କର୍ମଚାରୀ ମହିଳାଙ୍କ ଉପରେ ପୁନର୍ଗଠନ ଆଳରେ କରାଯାଇଥିବା ବହିଷ୍କାର ଆଦେଶ ପ୍ରତ୍ୟାହାର ଦାବିରେ  ସାଲେପୁର ବ୍ଲକ୍ର ନିଖିଳ ଓଡ଼ିଶା ଜୀବିକା ମିଶନ୍  ଇସି ସଂଘ  ମହିଳା ମିଶନ୍ ଶକ୍ତି ସାଲେପୁର ଶାଖା ପକ୍ଷରୁ ଏକ ପ୍ରତିବାଦ ସଭା ସାଲେପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ସରକାର ଆସନ୍ତା୧୯ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନକଲେ ସାଲେପୁର ବ୍ଲକ୍ ମିଶନ୍ ଶକ୍ତି ଇସି ସଂଘ ପକ୍ଷରୁ ବିଧାନସଭା ଘେରାଓ କରାଯିବ ବୋଲି ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ଓଡ଼ିଶା କେନ୍ଦ୍ରୀୟ ଯୋଜନା ଏନ୍ଆରଏଲ୍ଏମ୍ ଅନ୍ତର୍ଗତ ଓଡ଼ିଶା ଜୀବିକା ମିଶନ୍ ଓ ମିଶନ୍ ଶକ୍ତି ଅଧିନରେ ବିଗତ ୩ରୁ ୨୫ବର୍ଷ ଧରି କାର୍ଯ୍ୟରତ ଲକ୍ଷାଧିକ ଇସି ସଦସ୍ୟଙ୍କୁ ପୁନର୍ଗଠନ ଆଳରେ ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ଟି ନିଦେ୍ର୍ଦଶନାମା ଜାରି କରାଯାଇଛି । ଫଳରେ ରାଜ୍ୟରେ କାର୍ଯ୍ୟରତ ଲକ୍ଷାଧିକ ଇସି ସଦସ୍ୟ ଓ ୬ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ସଂପାଦକ ମିଶି ପ୍ରାୟ ୧୨ଲକ୍ଷ ମହିଳା ଅନୁପାତିକ ହାରରେ ସିଆରପି ଏବଂ ଏମ୍ବିକେମାନେ କର୍ମଚୁ୍ୟତ ହେବେ । ପୁନର୍ଗଠନ ଆଳ ଦେଖାଇ ସରକାର ଏମାନଙ୍କୁ କାର୍ଯ୍ୟରୁ ବାହାର କରିବାପାଇଁ ନିର୍ଦେଶନାମା ଜାରି କରିଛନ୍ତି । ଫଳରେ ସାଲେପୁର ବ୍ଲକ୍ରେ ମଧ୍ୟ ବହୁ ଇସି ସଦସ୍ୟ କର୍ମଚୁ୍ୟତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏହାର ପ୍ରତିବାଦରେ ସାଲେପୁର ବ୍ଲକ୍ରେ କାର୍ଯ୍ୟରତ ନିଖିଳ ଓଡ଼ିଶା ଜୀବିକା ମିଶନ୍  ଇସି ସଂଘ  ମହିଳା ମିଶନ୍ ଶକ୍ତିର ସଦସ୍ୟାମାନେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।  ଆଜିର ଏହି ଆନେ୍ଦାଳନରେ ବ୍ଲକ୍ ମିଶନ୍ ଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡ଼ା, ନଳିନୀ ପ୍ରଭା ସାହୁ, ମମତା ନାୟକ, ବିଣାପାଣି ପାଣିଗ୍ରାହୀ, ସ୍ନେହଲତା ଶତପଥି, ସ୍ୱର୍ଣ୍ଣଲତା ସାମଲ, ଖୁଲଣା ମହାରଣା, କାଞ୍ଚନବାଳା ପଣ୍ଡା, ଉର୍ବଶୀ ମହାନ୍ତି, ସସ୍ମିତା ସାମଲ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ତିଳୋତ୍ତମା ଲେଙ୍କା, ସଂଯୁକ୍ତା ଭୂୟାଁ, ପୁଷ୍ପା କର, ଅନିତା ସାହୁଙ୍କ ସମେତ ଶତାଧିକ ମିଶନ ଶକ୍ତି ମହିଳା ଓ ଇ.ସି ସଦସ୍ୟାମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।