ମହାବିଦ୍ୟାଳୟର ବିକାଶ ପାଇଁ ଦାବି

  ବେତନଟୀ :  ବେତନଟୀ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଏହାକୁ ଦୃଷ୍ଟିରେ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ମହାବିଦ୍ୟାଳୟର ଉନ୍ନତି ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବେତନଟୀ ମହାବିଦ୍ୟାଳୟରେ ନୂତନ ବାଳକ ଏବଂ ବାଳିକା କମନ ରୁମ, ପାନୀୟ ଜଳ ଓ ଶୌଚାଳୟ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ମହାବିଦ୍ୟାଳୟର ଏହି ସବୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ୬୦ ଲକ୍ଷ ଟଙ୍କା ମଞ୍ଜୁର କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ସୂର୍ଯ୍ୟବଂଶୀ ଏ ନେଇ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।