‘ଅଷ୍ଟମ ପିଲା ଜାଣିନାହାନ୍ତି ଫେଡ଼ାଣ’

‘ଅଷ୍ଟମ ପିଲା ଜାଣିନାହାନ୍ତି ଫେଡ଼ାଣ’

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀର ପିଲା  । କିନ୍ତୁ ଜାଣିନାହାନ୍ତି ଫେଡ଼ାଣ ଓ ହରଣ । ୬୮.୫ ପ୍ରତିଶତ ପିଲା ଫେଡ଼ାଣ ଓ ୪୫.୮% ପିଲା ହରଣ ଜାଣିନାହାନ୍ତି ।   ଆଜି ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ସଖ୍ୟା ପ୍ରତି ବର୍ଷ ବଢ଼ି ବଢ଼ି ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି ।  ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ୨୦୧୪ରେ ୬୩.୪ ପ୍ରତିଶତ ଓ ୨୦୨୪ରେ ୬୯.୫ ପ୍ରତିଶତ ପିଲା ଫେଡ଼ାଣ ଜାଣିନଥିଲେ । ସେହିପରି ୨୦୧୪ରେ ୩୭.୯ ପ୍ରତିଶତ ଓ ୨୦୨୪ରେ ୪୫.୮ ପ୍ରତିଶତ ପିଲା ହରଣ ଜାଣିନଥିଲେ । 

 ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ଦୁଇଥର ବିଧାନସଭା ମୁଲତବି ହୋଇଥିଲା । ଏହାରି ମଧ୍ୟରେ ଗୃହର ସଦସ୍ୟ ବିଧାୟକ ଚକ୍ରମଣି କହଁର ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ରୋକିବା ନେଇ ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । କେତେ ଆର୍ଥିକ ବର୍ଷରେ ୬୮୦୦ ବିଦ୍ୟାଳୟ ତିଆରି କରିବେ ଓ ପିଲା ଅଭାବରୁ ବନ୍ଦ ହୋଇଥିବା ସ୍କୁଲ୍‌ ଖୋଲିବା ସହ ପୁଣି ପିଲାଙ୍କୁ ଡାକି ପାଠ ପଢ଼ାଇବାକୁ ଶିକ୍ଷକ ନିଯୁକ୍ତି ଦିଗରେ କଣ ପଦକ୍ଷେପ ନିଆଯିବ । ସେହିଭଳି ଅସର ରିପୋର୍ଟ ଅନୁଯାୟୀ ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲା ଠିକ୍‌ ଭାବରେ ହରଣ ଗୁଣନ, ଫେଡ଼ାଣ କରି ପାରୁ ନାହାନ୍ତି । ଏଥିପାଇଁ ଶିକ୍ଷା ବ୍ୟବସ୍ଥା ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କଣ ପଦକ୍ଷେପ ନେବେ କହିବାକୁ ନିବେଦନ କରିଥିଲେ ବାଲିଗୁଡ଼ା ବିଜେଡି ବିଧାୟକ ଚକ୍ରମଣି କହଁର ।