ଗୃହରେ ଟ୍ୟାବ୍, ଛନ୍ଦି ହେଲେ ବିଧାୟକ

ଭୁବନେଶ୍ୱର: ଡିଜିଟାଲ୍ ହୋଇଛି ବିଧାନସଭା  । ବିଧାୟକଙ୍କ ଆସନରେ ଲାଗିଛି ଟ୍ୟାବ୍  । ଗୃହରେ ପ୍ରବେଶ କରିବା ପରେ କିଛି ବିଧାୟକ ଟ୍ୟାବ୍ ଅପରେଟ୍ କରିଥିଲେ  । ଅନ୍ୟ କେତେକ ବିଧାୟକ ଟ୍ୟାବରେ ସୁଇଚ ଚିପାଚିପି କରିଥିଲେବି କିଛି ନହେବାରୁ ଚୁପ୍ ହୋଇ ବସିଯାଇଥିଲେ  । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନେକ ମନ୍ତ୍ରୀ ଟ୍ୟାବ୍ରେ ରାଜ୍ୟପାଳଙ୍କ ଭାଷଣ ପଢ଼ିଥିଲେ  । ବିରୋଧୀ ଦଳ ନେତା କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣର ପୁସ୍ତିକାକୁ ଆଡ଼େଇ ଚାଲିଥିଲେ  । ଟ୍ୟାବ୍ ଲାଗିଥିଲେବି ସମସ୍ତେ ବହି ପଢୁଥିବା ଦେଖିବାକୁ ମିଳିଥିଲା  । ପ୍ରଥମ ଦିନ ହୋଇଥିବାରୁ ଅନେକ ବିଧାୟକ ଟ୍ୟାବକୁ ଠିକ୍ ଭାବେ ଚଳାଇପାରିନଥିଲେ  । ଆଜି ବିଧାନସଭାରେ କେତେକ ବିଧାୟକ ଏନେଇ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି  । କିଛିଦିନ ପରେ ସମସ୍ତେ ଟ୍ୟାବରେ ହିଁ ତଥ୍ୟ ପାଇଯିବେ  । ଧିରେଧିରେ ପେପରଲେସ୍ ହୋଇଯିବ ବିଧାନସଭା  ।