ଚୋରା ମୋବାଇଲ ବିକ୍ରି ବେଳେ ଲୁଟେରା ଗିରଫ

ଭୁବନେଶ୍ୱର, ୨ା୫ : ନିଳାଦ୍ରୀବିହାର ଛକ ଅଞ୍ଚଳରେ ଜଣେ ଲୁଟେରା ୨ଟି ଚୋରା ମୋବାଇଲ ବିକ୍ରି କରୁଥିବା ଖବର ପାଇ ଲୁଟେରାକୁ କାବୁ କରିଛି ଚନ୍ଦ୍ରଶେଖରପୁର ଥାନାର ପେଟ୍ରୋଲିଂ ଟିମ । ତାଠାରୁ ୨ଟି ଚୋରା ମୋବାଇଲ ଜବତ କରାଯିବା ସହ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଝାରଖଣ୍ଡ ରାଜ୍ୟର ପରମେଶ କୁମାର ।
ସୂଚନାଯୋଗ୍ୟଯେ, ଗୁରୁବାର ସକାଳ ୧୦.୩୦ ସମୟରେ ଚନ୍ଦ୍ରଶେଖରପୁର ଥାନାର ଟିମ ନିଳାଦ୍ରୀବିହାର ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିବା ବେଳେ ଏକ ଖବର ଆସିଥିଲା ଯେ, ଡ଼ମଣା ତଳ ପଡ଼ିଆ ଠାରେ ଜଣେ ଲୁଟେରା କିଛି ଚୋରା ମୋବାଇଲ ବିକ୍ରି ପାଇଁ ଗ୍ରାହକ ତଲାସିରେ ଅଛି । ଏହି ଖବର ଜାଣିବା ପରେ ଟିମ ସଙ୍ଗେ ସଙ୍ଗେ ଚଢ଼ାଉ କରି ଲୁଟେରାକୁ କାବୁ କରିବା ସହ ତାଠାରୁ ୨ଟି ମୋବାଇଲ ଜବତ କରିଛି ।