ହୋଟେଲକୁ ଡାକି ଯୁବତୀଙ୍କୁ ଅସଦାଚରଣ; ଅଭିଯୁକ୍ତ ଗିରଫ

ହୋଟେଲକୁ ଡାକି ଯୁବତୀଙ୍କୁ ଅସଦାଚରଣ; ଅଭିଯୁକ୍ତ ଗିରଫ


ଭୁବନେଶ୍ୱର, ୧୪ା୧୧ : ଇନଷ୍ଟ୍ରାଗ୍ରାମରୁ ହୋଇଥିବା ପରିଚୟ  ପରେ ଝଗଡା ଆରମ୍ଭ ତା ପରେ ସମାଧାନ ପାଇଁ ଏକ ହୋଟେଲକୁ ଡାକି ପ୍ରେମ ନିବେଦନ କଲା ଅଭିଯୁକ୍ତ । ହେଲେ ଯୁବତୀ ପ୍ରେମ ନିବେଦନକୁ ଗ୍ରହଣ ନ କରିବାରୁ ହୋଟେଲରେ ଜୋରଜବରଜସ୍ତ କରି ଅସଦାଚରଣ । ଏହି ସମୟରେ ଯୁବତୀ ଜଣଙ୍କ ଭୟରେ ହୋଟେଲ ରୁମର ବାଥରୁମ ଭିତରେ ପଶି କବାଟ ବନ୍ଦ କରିବା ସହ ବାଥରୁମ ସ୍କାଏଲାଇଟର କାଚ ଭାଙ୍ଗି ନିଜର ହାତ କାଟି ଚିକ୍ରାର କଲେ । ଏହି ସମୟରେ ହୋଟେଲ କର୍ମଚାରୀ ଏୟାରପୋର୍ଟ ପୁଲିସକୁ ଖବର ଦେଇ ରୁମ ଭିତରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ । ପରେ ଯୁବତୀଙ୍କ ପରିବାର ମଧ୍ୟ ଥାନାରେ ପହଞ୍ଚି ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଖୋର୍ଦ୍ଧା ଟାଙ୍ଗିର ଶ୍ରୀରାମ ଦାଶ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଭୁବନେଶ୍ୱରରେ ରହି ପଢ଼ନ୍ତି ଓ ସେ ଇନଷ୍ଟ୍ରାଗ୍ରାମ ଜରିଆରେ ଅଭିଯୁକ୍ତ ସହିତ ଯୋଗାଯୋଗରେ ଆସିଥିଲେ । ଗତକାଲି ଅବା ୧୩ ତାରିଖ ଦିନ କୌଣସି କାରଣକୁ ନେଇ ଅଭିଯୋଗକାରିଣୀ ଓ ଅଭିଯୁକ୍ତ ମଧ୍ୟରେ ଝଗଡା ହୋଇଥିଲା । ଏହାର ସମାଧାନ ପାଇଁ ପୁଣି ଅଭିଯୁକ୍ତ ଜଣକ ତାଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ । ପରେ ଗତକାଲି ରାତି ପ୍ରାୟ ୧୦.୩୦ରେ ଅଭିଯୁକ୍ତ ଶ୍ରୀରାମ ଭୁବନେଶ୍ୱର ଆସିଥିଲା ଓ ଅଭିଯୋଗକାରିଣୀଙ୍କୁ ଭୁବନେଶ୍ୱର ନିଉ ଫରେଷ୍ଟ ପାର୍କ ନିକଟରେ ଥିବା ଏକ ହୋଟେଲକୁ ନେଇଥିଲା । ଅଭିଯୁକ୍ତ ଜଣକ ସେଠାରେ ତାଙ୍କୁ ଭଲ ବ୍ୟବହାର ଦେଖାଇବା ସହ ପ୍ରେମ ନିବେଦନ କରିଥିଲା । ହେଲେ ଅଭିଯୋଗକାରିଣୀ ତାର ନିବେଦନକୁ ପ୍ରତ୍ୟକ୍ଷନ କରିଦେବାରୁ ଅଭିଯୁକ୍ତ ଜଣକ ତାଙ୍କ ସହିତ ଅସଦାଚରଣ କରିଥିଲା । ଏଥିରେ ଅଭିଯୋଗକାରିଣୀ ଭୟଭୀତ ହୋଇ ହୋଟେଲରେ ଥିବା ବାଥରୁମ ଭିତରକୁ ପଳାଇଯାଇ ଭିତରୁ କବାଟ ବନ୍ଦ କରିଦେଇଥିଲେ ଓ ଝରକାରେ ଲାଗିଥିବା କାଚକୁ ଭାଙ୍ଗି ନିଜ ର ହାତକୁ କାଟିଦେଇଥିଲେ । ଏହା ପରେ ଅଭିଯୁକ୍ତ ଜଣକ ନିଜ ବ୍ରବହାର ଉପରେ ନିୟନ୍ତ୍ରଣ ରଖି ନିଜକୁ ମିଥ୍ୟାରେ ଜଣେ ଥାନାଧିକାରୀ ପରିଚୟ ଦେଇ ଥିଲା ଓ ଅଭିଯୋଗକାରିଣୀଙ୍କୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲା । ଏହାପରେ ଅଭିଯୋଗକାରିଣୀ ନିଜ ପରିବାରଙ୍କୁ ଫୋନରେ ଏହି ଘଟଣା ବିଷୟରେ ଜଣାଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରିଛି ।