୯୦ ବର୍ଷରେ ପାଦ ଥାପିଲା ଆରବିଆଇ, ୯୦ ଟଙ୍କିଆ କଏନ ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ : ୯୦ ବର୍ଷରେ ପଦାର୍ପଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି । ଏହି କଏନ ସମ୍ପୂର୍ଣ୍ଣ ରୁପାରେ ପ୍ରସ୍ତୁତ, ଯାହାର ଓଜନ ୪୦ ଗ୍ରାମ ହେବ । ଆବିଆଇର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ ହୋଇଛି । ଆରବିଆଇ ୧୯୩୫ ମସିହା ଏପ୍ରିଲ ପହିଲାରୁ ଏହାର କାର୍ଯ୍ୟ ଆରମ୍ଭ କରି ଆଜି ୯୦ତମ ବର୍ଷରେ ପ୍ରବେଶ କରିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆରବିଆଇ ଆଜି ଏକ ଐତିହାସିକ ସ୍ଥାନରେ ପହଞ୍ଚôଛି । ରିଜର୍ଭ ବ୍ୟାଙ୍କ ଉଭୟ ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି । ନିଜର ବୃତ୍ତିଗତ ଆଭିମୁଖ୍ୟ ଓ ପ୍ରତିବଦ୍ଧତା ଆଧାରରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।