ମୋଦିଙ୍କ ୧୧ ବର୍ଷ : ଭାରତର ରୂପାନ୍ତରଣ ଯାତ୍ରାରେ ଏକ ମାଇଲଖୁଣ୍ଟ
ହରଦୀପ ସିଂ ପୁରୀ : ସମାଜର ବଞ୍ଚିତ ଏବଂ ଅବହେଳିତ ଲୋକଙ୍କ ପାଖରେ ଆବଶ୍ୟକ ସେବା ଓ ସାମଗ୍ରୀ ପହଞ୍ଚାଇବା ପ୍ରତିଟି ଗଣତନ୍ତ୍ର ପାଇଁ ଏକ ଆହ୍ୱାନ ଭାବେ ଗ୍ରହଣ କରାଯାଏ । ଏହା ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ଏହା କୌଣସି ସରଳ କାର୍ଯ୍ୟ ନୁହେଁ, ଏଥିଲାଗି ଲାଗି ଏକ ଉଚ୍ଚସ୍ତରର ପରୀକ୍ଷାର ମଧ୍ୟ ସରକାରଙ୍କୁ ସମ୍ମୁଖୀନ ହେବାକୁ ହୁଏ । ଭାରତ, ସେହି ପରୀକ୍ଷାର ସମ୍ମୁଖୀନ ହେଉଛି । ଏଠାରେ କୌଣସି ସ୍ଲୋଗାନ ବିନା ଭିତ୍ତିଭୂମିରେ ତିଷ୍ଠି ପାରେ ନାହିଁ, କି କୌଣସି ପରିଣାମ ବିନା ଦାବିରେ । ବାସ୍ତବରେ ରୂପାନ୍ତରଣର ଫାଇଦା ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବା ଉଚିତ, କାରଣ ଆମ ଗଣତନ୍ତ୍ରରେ, ଅନ୍ତୋଦ୍ୟୟ ଭୋଟ୍ ଦିଅନ୍ତି । ସେହି କାର୍ଯ୍ୟକୁ ମୋଦି ସରକାର ଗଲା ୧୧ ବର୍ଷ ହେଲା ବେଶ୍ ଯନô ସହକାରେ ନିର୍ବାହ କରିଛନ୍ତି । ସେଥିପାଇଁ ତ, ମୋଦି ୩.୦ର ଗୋଟିଏ ବର୍ଷ ପରେ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ହରିଆନାରେ ବିଜେପିକୁ ଜବରଦସ୍ତ ଜନାଦେଶ ମିଳିପାରିଛି । ଏହା କେବଳ ଏକ ରାଜନୈତିକ ମାଇଲଖୁଣ୍ଟ ନୁହେଁ - ଏହା ପ୍ରମାଣର ପୁନର୍ଲିଖନ ଯେ ଆଜିର ଭାରତ, କେବଳ ଭାଷଣବାଜୀରେ ନୁହେଁ, ବିତରଣ ଦ୍ୱାରା ବିଶ୍ୱାସ ଅର୍ଜନ କରେ ।
‘ଅନ୍ତୋଦ୍ୟୟ ମାଧ୍ୟମରେ ସର୍ବୋଦୟ' ଦର୍ଶନରେ ସଂରକ୍ଷିତ କାର୍ଯ୍ୟକ୍ରମଗୁଡ଼ିକ ନିଶ୍ଚିତ କରେ ଯେ ଦେଶର ବିକାଶରେ କୌଣସି ଭାରତୀୟ ଯେମିତି ପଛରେ ନ ପଡ଼ିବେ । ଏହି ଆପ୍ତବାକ୍ୟକୁ ଆଧାର କରି ମୋଦି ସରକାରଙ୍କ ଶାସନ କାଳରେ ୨୫ କୋଟିରୁ ଅଧିକ ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ବାହାର କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ( ପିଏମ୍-କିଷାନ୍) ମାଧ୍ୟମରେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୩ ଲକ୍ଷ ୬୮ ହଜାର କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇଛି । ‘ଲକ୍ଷପତି ଦିଦି' ପଦକ୍ଷେପ ଦ୍ୱାରା ଏକ କୋଟିରୁ ଅଧିକ ଗ୍ରାମୀଣ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ଆୟ ହାସଲ କରିବାକୁ ସଶକ୍ତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପ୍ରାୟ ୩ କୋଟି ଘର ମଞ୍ଜୁର କରାଯାଇଛି ।
ଜଳ ଜୀବନ ମିଶନ ୧୫ କୋଟି ୪୪ ଲକ୍ଷରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ପାଣି ସଂଯୋଗ ପ୍ରଦାନ କରିଛି । ଆୟ ନିର୍ବିଶେଷରେ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କ ପାଇଁ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରିବା ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ସମ୍ପ୍ରସାରିତ କରାଯାଇଛି । ଏହା ପ୍ରାୟ ୬ କୋଟି ବରିଷ୍ଠ ନାଗରିକଙ୍କୁ ଲାଭ ପହଞ୍ଚାଇବାର ଆଶା କରାଯାଉଛି । ଏହି ଯୋଜନା ସେମାନଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ସୁବିଧା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ କରିବ । ଏହା ସହିତ, ଏହି ଯୋଜନାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିଛି । ଯେଉଁଭଳି ଭାବେ ଭାରତୀୟଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସୋନଙ୍କୁ ଚିକିସôା ଗ୍ୟାରେଣ୍ଟି ଦେବାର ବ୍ୟବଦସ୍ଥା କରାଯାଇଛି ତାହା ଏହି ଯୋଜନା ପ୍ରତି ଲୋକଙ୍କ ଆକର୍ଷଣ ବଢ଼ାଉଛି । ଆଶ୍ଚର୍ଯ୍ୟଜନକ ଭାବେ ଲୋକଙ୍କ ପଞ୍ଜୀକରଣ ସଂଖ୍ୟା କେବଳ ପରିସଂଖ୍ୟାନକୁ ଦର୍ଶାଉ ନାହିଁ, ବରଂ ଲକ୍ଷ ଲକ୍ଷ ଭାରତୀୟ ପରିବାରରେ ରୂପାନ୍ତରଣର କାହାଣୀ କହୁଛି ।
ପହଲଗାମ ଆକ୍ରମଣର ତୁରନ୍ତ ପ୍ରତିକ୍ରିୟାରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ସ୍ପଷ୍ଟ ହୋଇଥିଲା, ଯେଉଁଠାରେ ଆତଙ୍କବାଦୀମାନେ ନିଦେ୍ର୍ଦାଷ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ । ଦେଶ ଏହି ଗଭୀର କ୍ଷତି ପାଇଁ ଶୋକ ପ୍ରକାଶ କରିଥିଲା କିନ୍ତୁ ଏକ ହୋଇ ଠିଆ ହୋଇଥିଲା, ଅପରେସନ ସିନ୍ଦୁରକୁ ସଠିକତା ଏବଂ ପ୍ରାଧାନ୍ୟ ସହିତ କାର୍ଯ୍ୟକାରୀ କରିଥିଲା, ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ଏହାର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ନିଜର ସଂକଳ୍ପକୁ ପୁନଃନିର୍ଦ୍ଦିଷ୍ଟ କରିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ଏବଂ ନିର୍ଣ୍ଣାୟକ ନେତୃତ୍ୱ ଦ୍ୱାରା ସମର୍ଥିତ ଭାରତୀୟ ପ୍ରତିରକ୍ଷା ବାହିନୀର ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ଶ୍ରେଷ୍ଠତା ବିଶ୍ୱ ଦେଖିଛି ।
ଆତ୍ମନିର୍ଭରଶୀଳତାରେ ରଣନୈତିକ ନିବେଶ ଆମର ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିକୁ ବୟାନ କରୁଛି । ଦେଶର ପ୍ରତିରକ୍ଷା ପାଇଁ ଆବଶ୍ୟକ ଉପକରଣକୁ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ପ୍ରସ୍ତୁତି କରିବା ଦ୍ୱାରା ଭାରତ ଅପରେସନ୍ ସିନ୍ଦୂର ସମୟରେ ଠିଣା ସମୟରେ ଦ୍ରୁତ ନିଷ୍ପତ୍ତି ନେବାରେ ସକ୍ଷମ ହୋଇ ପାରିଥିଲା । ୨୦୧୪ ପରେ, ଭାରତର ପ୍ରତିରକ୍ଷା ଉତ୍ପାଦନ ଦ୍ରୁତ ଆଧୁନିକୀକରଣ ହୋଇଛି, ରପ୍ତାନି ଯଥେଷ୍ଟ ବୃଦ୍ଧି ପାଇଛି । ଏହି ପରିବର୍ତ୍ତନ ଆକସ୍ମିକ ନୁହେଁ । ଆତ୍ମନିର୍ଭର ଭାରତ ମିଶନ ଅଧୀନରେ, ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା, ପ୍ରତିରକ୍ଷା ଉତ୍ପାଦନ ଏବଂ ରପ୍ତାନି ପ୍ରୋସôାହନ ନୀତି, ଏବଂ କିଛି କ୍ଷେତ୍ର ପାଇଁ ୧୦୦% ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ପ୍ରତି ଦ୍ୱାର ଉନ୍ମୁକ୍ତ କରିବା ଭଳି ପ୍ରମୁଖ ସଂସ୍କାର କାର୍ଯ୍ୟକ୍ରମ ସ୍ୱଦେଶୀ ଫାର୍ମଗୁଡ଼ିକୁ ଉନ୍ନତି କରିବାରେ ସକ୍ଷମ କରିଛି ।
ଡ୍ରୋନ୍ ଏବଂ ଏହାର ସରଞ୍ଜାମ ନିର୍ମାଣ ପାଇଁ ଦୁଇଟି ଉସôର୍ଗୀକୃତ ବିଏଲ୍ଆଇ ଯୋଜନା ପ୍ରଚଳନ ପରବର୍ତ୍ତୀ ପିଢ଼ିର ନବସୃଜନକୁ ଆହୁରି ଉସôାହିତ କରିଛି । ଆଜି, ଭାରତ ଦ୍ୱାରା ଡିଜାଇନ୍ କରାଯାଇଥିବା କ୍ଷେପଣାସ୍ତ୍ର ବ୍ୟବସ୍ଥା, ସଶସ୍ତ୍ର ଯାନ ଏବଂ ନୌସେନା ପ୍ଲାଟଫର୍ମ କେବଳ ଆମର ସୈନ୍ୟ ବାହିନୀରେ ନିୟୋଜିତ ହୋଇଛି ତା’ ନୁହେଁ ବରଂ ୮୦ରୁ ଅଧିକ ଦେଶକୁ ରପ୍ତାନି କରାଯାଉଛି, ଯାହା ଭାରତର ନିର୍ଭରଯୋଗ୍ୟ ଆଞ୍ଚଳିକ ପ୍ରତିରକ୍ଷା ଅଂଶୀଦାର ପ୍ରତିଛବିକୁ ମଜଭୁତ କରିଛି । ଏହାପୁଣି ସେହି ସମୟରେ ଯେତେବେଳେ ବିଶ୍ୱ ପ୍ରତିରକ୍ଷା ସହଯୋଗୀ ବାଛିବାରେ ଅତ୍ୟନ୍ତ ଉଚ୍ଚକୋଟୀର ମାପଦଣ୍ଡ ଆପଣାଏ ।
ଏହି ଦୃଷ୍ଟିକୋଣର କେନ୍ଦ୍ରରେ ରହିଛି ଉତ୍ପାଦନ । ପ୍ରମୁଖ ନିବେଶ ଏବଂ ସରକାରୀ ପ୍ରୋସôାହନ ଦ୍ୱାରା ଭାରତ ସେମି କଣ୍ଡକ୍ଟର କ୍ଷେତ୍ରରେ ଅଗ୍ରଗତି କରୁଛି । ଟାଟା ଇଲେକ୍ଟ୍ରୋନିକ୍ସ ଆସାମରେ ୨୭,୦୦୦ କୋଟି ଟଙ୍କାର ଏକ ସେମି କଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ନିର୍ମାଣ କରୁଛି, ଯାହା ୨୦୨୫ ମଧ୍ୟଭାଗ ସୁଦ୍ଧା କାର୍ଯ୍ୟ ଆରମ୍ଭ କରିବ । ଏହି କାରଖାନା ପ୍ରାୟ ୨୭,୦୦୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ସେହିପରି ଏଚ୍ସିଏଲ୍ ଏବଂ ଫକ୍ସକନ୍ ମଧ୍ୟରେ ୩,୭୦୬ କୋଟି ଟଙ୍କାର ଏକ ମିଳିତ ଉଦ୍ୟୋଗ ଉତ୍ତର ପ୍ରଦେଶର ଜେୱାରଠାରେ ହେବାକୁ ଯାଉଛି । ଏହି ଯୌଥ ଉଦ୍ୟୋଗ ଏକ ସେମି କଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ଡିସପ୍ଲେ ଡ୍ରାଇଭର ଚିପ୍ସ ଉପରେ ଧ୍ୟାନ ଦେବ ଏବଂ ୨୦୨୭ ମସିହାରେ ଉତ୍ପାଦନ ଆରମ୍ଭ କରିବ ।
ଭାରତ ବର୍ତ୍ତମାନ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ, ୧.୫୭ ଲକ୍ଷରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଏଠାରେ ରହିଛି । ଯେଉଁଥିରେ ୧୦୦ ରୁ ଅଧିକ ହେଉଛନ୍ତି ୟୁନିକର୍ଣ୍ଣ ଏବଂ ୩,୬୦୦ ରୁ ଅଧିକ ଡିପ୍-ଟେକ୍ ଉଦ୍ୟୋଗ । ସେମାନେ ଏଆଇ, ବାୟୋଟେକ୍ ଏବଂ ସେମିକଣ୍ଡକ୍ଟର ଉପରେ ଧ୍ୟାନ ଦେଉଛନ୍ତି । କେବଳ ମହାକାଶ କ୍ଷେତ୍ରରେ ୨୦୦ ରୁ ଅଧିକ ଷ୍ଟାର୍ଟଅପ୍ ସୃଷ୍ଟି ହୋଇଛନ୍ତି, ଯାହା ଏକ ଆତ୍ମବିଶ୍ୱାସୀ ନବସୃଜନ ଅର୍ଥନୀତିର ଉତ୍ଥାନକୁ ସଙ୍କେତ ଦିଏ । ଷ୍ଟାର୍ଟଅପ୍ ଇକୋସିଷ୍ଟମ ପୂର୍ବରୁ ୧୭.୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିସାରିଛି ଏବଂ ସମସ୍ୟା ସମାଧାନକାରୀ ଏବଂ ଉଦ୍ୟୋଗୀମାନଙ୍କର ଏକ ନୂତନ ପିଢ଼ିକୁ ପ୍ରଜ୍ୱଳିତ କରିଛି ।
ଏହି ସମୟରେ, ଭାରତ ନୀରବରେ ବିଶ୍ୱର ସବୁଠାରୁ ଉତ୍ତମ ସଂଯୁକ୍ତ ଗଣତନ୍ତ୍ର ଭାବରେ ଉଭା ହୋଇଛି । ୮୦ କୋଟିରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଏବଂ ୧୩୬ କୋଟି ଆଧାର ପଞ୍ଜୀକରଣ ସହିତ, ଏହା ବିଶ୍ୱର ସର୍ବବୃହତ ଡିଜିଟାଲ୍ ପରିଚୟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଆମେ ବର୍ତ୍ତମାନ ବିଶ୍ୱ ଡିଜିଟାଲ୍ ପେମେଣ୍ଟର ୪୬% ଅଂଶୀଦାର । ୟୁପିଆଇ ଭଳି ପ୍ଲାଟଫର୍ମ ଦ୍ୱାରା ଏହି ନେଣଦେଣ ପରିଚାଳିତ, ଯାହା ଆର୍ଥିକ କାରବାରକୁ ଗଣତାନ୍ତ୍ରିକ କରିଛି । ଏହି ବ୍ୟବସ୍ଥାଗୁଡ଼ିକ କେବଳ ନାଗରିକମାନଙ୍କୁ ସଶକ୍ତ କରିନାହିଁ, ବରଂ ଶାସନକୁ ଅଧିକ ସ୍ମାର୍ଟ, ଦ୍ରୁତ ଏବଂ ଅଧିକ ସ୍ୱଚ୍ଛ କରିଛି ।
୨୦୨୪-୨୫ କେନ୍ଦ୍ର ବଜେଟ୍ ଆମ ସରକାରଙ୍କ ନିଷ୍ପତ୍ତିକୁ ପ୍ରତିପାଦନ କରୁଛି । ଏଥିରେ ମୋଟ ଖର୍ଚ୍ଚ ୪୪.୬ ଲକ୍ଷ କୋଟି ଧାର୍ଯ୍ୟ କରାଯାଇଛି, ପୁଞ୍ଜି ବ୍ୟୟ ଅଭୂତପୂର୍ବ ୧୦ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି । ଟିକସ ଛାଡ଼କୁ ବୃଦ୍ଧି କରାଯିବା ସହ ଏଥିରେ, ମଧ୍ୟବିତ୍ତ ବର୍ଗର ରିହାତିକୁ ଦ୍ୱିଗୁଣିତ କରାଯାଇଛି । ଷ୍ଟାର୍ଟଅପ୍ ପାଇଁ ଦୀର୍ଘ ଦିନ ଧରି ଚିନ୍ତାର ବିଷୟ ଥିବା - ଏଞ୍ଜେଲ ଟିକସକୁ ଉଚ୍ଛେଦ କରାଯାଇଛି । ଏହି ସଂସ୍କାରଗୁଡ଼ିକ ଉଦ୍ୟୋଗକୁ ବୃଦ୍ଧି, ଉଦ୍ୟୋଗକୁ ଉସôାହିତ କରିବା ଏବଂ ଭାରତର ଦୀର୍ଘକାଳୀନ ଅଭିବୃଦ୍ଧି ପଥକୁ ସୁଦୃଢ଼ କରିବାରେ ସହାୟକ ହୋଇଛି ।
ମୋଦି ୩.୦ ର ଗୋଟିଏ ବର୍ଷ ପରେ, ଚିନ୍ତା ଓ କାର୍ଯ୍ୟକ୍ରମର ଗତି ଅତ୍ୟନ୍ତ ସ୍ପଷ୍ଟ । ରାସ୍ତା, କାରଖାନା ଏବଂ ସୌର ପ୍ୟାନେଲ କେବଳ ପ୍ରଗତିର ସଙ୍କେତ ନୁହେଁ, ଆକାଂକ୍ଷାର ମୂଳଦୂଆ । ପ୍ରତ୍ୟେକ କ୍ଷେତ୍ରରେ - ଅର୍ଥନୈତିକ, ସାମାଜିକ ହେଉ ଅବା ରଣନୈତିକ କ୍ଷେତ୍ରରେ ଏହା ସ୍ପଷ୍ଟ ଜଣାପଡ଼ିଛି । ଭାରତ ଜାତୀୟ ନବୀକରଣର ଏକ ନୂତନ ଅଧ୍ୟାୟ ଲେଖିଛି । ଜନାଦେଶ ସ୍ପଷ୍ଟ ଦୃଷ୍ଟିକୋଣ ଅକ୍ଷୁଣ୍ଣ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ, ଏକ ନିର୍ଣ୍ଣାୟକ ଦଶନ୍ଧି ଆଗକୁ ବଢ଼ୁଛି ଭାରତ । ଇତିହାସ ଏହି ଅବଧିକୁ କେବଳ ଦ୍ରୁତ ଅଭିବୃଦ୍ଧିର ଏକ ଅଧ୍ୟାୟ ଭାବରେ ନୁହେଁ - ବରଂ ସେହି ମୁହୂର୍ତ୍ତ ଭାବରେ ରେକର୍ଡ କରିବ ଯେତେବେଳେ ଭାରତ ଯାହା ଚିନ୍ତା କରିଛି କରିଛି ତାହାକୁ ରୂପାନ୍ତରିତ କରିଛି ଏବଂ ନେତୃତ୍ୱ ନେଇଛି ।
କେନ୍ଦ୍ର ପେଟ୍ରୋଲିୟମ ଏବଂ
ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ