ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀ କରିବେ ଜନଅଭିଯୋଗ ଶୁଣାଣି

ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀ କରିବେ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଫେବୃୟାରୀ ୩ରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ  ଜନ ଅଭିଯୋଗ ଶୁଣାଣୀ କରିବେ। ଭୁବନେଶ୍ୱର ସ୍ଥିତ ୟୁନିଟ୍-୫ରେ ‌ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ  ଜାନୁଆରୀ ୩୧ ତାରିଖ ପୂର୍ବାହ୍ନ ୧୧ ଘଟିକା ଠାରୁ ଆରମ୍ଭ ହେବ । ସର୍ବାଧିକ ୧୦୦୦ ଜଣ  ପଞ୍ଜୀକରଣ କରିପାରିବେ । 

ଏଥିନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ  ଅଥବା  ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।  ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।