୮ ମାସରେ ୫୦ ଅଧିକାରୀଙ୍କ ନାମରେ ମାମଲା

ଭୁବନେଶ୍ୱର: ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ବିରୋଧରେ ବର୍ତ୍ତମାନର ବିଜେପି ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ୮ ମାସରେ ୫୦ ସରକାରୀ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ୧୧ଜଣ ଅଧିକାରୀଙ୍କ ନିକଟରୁ ୪ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗହଣା, ଘର ପ୍ଲଟ ଜବତ ହୋଇଛି । ୧୩ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୯ ନିଦେ୍ର୍ଧାର୍ଷରେ ଖଲାସ । ରାଜ୍ୟରେ ମୋଟ ୩୬୯୨ଟି ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି । ଏନେଇ ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।