ବିବାହ ପରେ ପିଲା ହୁଏ, ଘରେ ଶୋଇଲେ ହୁଏ ନାହିଁ: କାହିଁକି ମୋଦିଙ୍କୁ ଏମିତି କହିଲେ ଖାର୍ଗେ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ବହୁତ ହଙ୍ଗାମା ହୋଇଛି। ଶୁକ୍ରବାର ମଧ୍ୟ ବିରୋଧୀ ଦଳ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ସମ୍ବିଧାନରେ ୫୦ ପ୍ରତିଶତ ସଂରକ୍ଷଣ ସୀମା ରହିଛି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଲୋକଙ୍କ ପାଇଁ ୧୦ ପ୍ରତିଶତ ଯୋଡିଛନ୍ତି। ବର୍ତ୍ତମାନ ସମ୍ବିଧାନରେ ମୋଟ ସଂରକ୍ଷଣ ୬୦ ପ୍ରତିଶତ ହୋଇଯାଇଛି। ଏହି ସମୟ ମଧ୍ୟରେ ଖାର୍ଗେ ଏକ ବୟାନ ମଧ୍ୟ ଦେଇଥିଲେ, ଯାହା ବିବାଦ ସୃଷ୍ଟି କରିପାରେ।ଖାର୍ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋବି ମିଛ ସରଦାର। ଯଦି ଆମେ ଆଉ କିଛି ଆସନ ପାଇଥାନ୍ତୁ, ତେବେ ଆମେ କ୍ଷମତାରେ ଥାଆନ୍ତୁ ଏବଂ ଭାଜପା କ୍ଷମତାଚ୍ୟୁତ ହୋଇଥାଆନ୍ତା। ମୋଦି ଜୀ କୁହନ୍ତି ଯେ ମୋତେ ଭଗବାନ ଜନ୍ମ ଦେଇଛନ୍ତି। ବିବାହ ପରେ ପିଲା ହୁଏ, ଘରେ ଶୋଇବା ଦ୍ୱାରା ପିଲା ଜନ୍ମ ହୁଏ ନାହିଁ। RSS ଏବଂ ଭାଜପା ଲୋକମାନେ ବିଷଧର। ଯଦି ଥରେ ଚୋଟ ମାରିବେ, ତେବେ ଶେଷ ହୋଇଯିବେ।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଛନ୍ତି, ମୋଦି ଜଣେ ମିଥ୍ୟାବାଦୀ, ସେ ଦେଶକୁ ଭ୍ରମିତ କରୁଛନ୍ତି। ମିଛ କହୁଥିବା ପ୍ରଧାନମନ୍ତ୍ରୀ ଦେଶ ଏବଂ ସମାଜ ପାଇଁ ଭଲ କରିପାରିବେ ନାହିଁ। ଉଚ୍ଚ ଜାତିର ହୋଇ ମଧ୍ୟ, ରାହୁଲ ଗାନ୍ଧୀ ପଛୁଆ ଏବଂ ଦଳିତଙ୍କ ବିଷୟରେ କଥା ହୁଅନ୍ତି। ସମସ୍ତଙ୍କୁ ତାଙ୍କୁ ସମର୍ଥନ କରିବା ଉଚିତ। ପ୍ରତ୍ୟେକ ଗାଁରେ ୨ ରୁ ୩ ପ୍ରତିଶତ ଉଚ୍ଚ ଜାତିର ଲୋକ ଅଛନ୍ତି। ତେଲଙ୍ଗାନାର ସର୍ଭେରେ, ଗାଁରେ କେଉଁଠି ୫ ପ୍ରତିଶତ, କେଉଁଠି ୧୦ ପ୍ରତିଶତ ଉଚ୍ଚ ଜାତିର ଲୋକ ବାହାରି ଆସିଛନ୍ତି। ସେମାନେ ଦେଶକୁ ଶାସନ କରନ୍ତି। ବିରୋଧୀ ଦଳ ସଂସଦରେ ବହୁ ହଙ୍ଗାମା କରିଛନ୍ତି। ବିହାରରେ ସ୍ପେଶାଲ ଇନ୍ଟେନ୍ସିଭ୍ ରିଭିଜନ୍(SIR) ଚାଲିଛି। ଶୁକ୍ରବାର ସଂସଦର ମୌସୁମୀ ଅଧିବେଶନର ପଞ୍ଚମ ଦିନରେ, ଖାର୍ଗେ SIR ଲେଖାଥିବା ଏକ ପୋଷ୍ଟରକୁ ଚିରି ଦେଇଥିଲେ ଏବଂ ଏହାକୁ ଅଳିଆ ଭିତରକୁ ମଧ୍ୟ ଫିଙ୍ଗି ଦେଇଥିଲେ।