୯ରେ ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ

 ଆନନ୍ଦପୁର:  ଚଳିତ ମାସ ୯ତାରିଖରେ ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ ପରିପେକ୍ଷୀରେ ଏହାର ସୁପରିଚାଳନା ପାଇଁ ବଡଦାଣ୍ଡରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ରାମଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଆନନ୍ଦପୁର ଷ୍ଟାଡିୟମ ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆନନ୍ଦପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ଦଳୀୟ କର୍ମୀ ମାନେ ଆଲୋଚନା କରିଥିଲେ । ସେହିପରି ଏହି ଗସ୍ତ ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡରେ ଭରଚୁଆଲ ମୋଡ଼ରେ ଅନେକ କାର୍ଯ୍ୟକ୍ରମ ଉଦଘାଟନ କରିବା ସହିତ କିଛି କାର୍ଯ୍ୟକ୍ରମର ଶିଳାନ୍ୟାସ କରିବେ । ଆଲୋଚନାରେ ମହାବିଦ୍ୟାଳୟ ସାଂସଦ ପ୍ରତିନିଧି ନିରାକାର ସାହୁ, ବରିଷ୍ଠ ନେତା ଆଲୋକ ସେଠୀ, ଆନନ୍ଦପୁର ପୌର ପରିଷଦ ନଗର ସଭାପତି ହେମନ୍ତ ସାହୁ, ଆନନ୍ଦପୁର ବ୍ଲକ୍ ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ହାଟଡିହି ବ୍ଳକ ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲା ଉପସଭାପତି ନିରାକାର ଦଳେଇ, ଜିଲା ସାଧାରଣ ସମ୍ପାଦକ ଦୀପକ ଯେନା, ମହିଳାନେତ୍ରୀ ସୁମତୀ ଜେନା, ପ୍ରଣୟିନୀ ନାୟକ ପ୍ରଶାନ୍ତ ମହାପାତ୍ର, ସନ୍ତୋଷ ଜେନାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।