ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ଉ

ଭୁବନେଶ୍ୱର : ନିଯୁକ୍ତି ଜାଲିଆତି ଅଭିଯୋଗ ପରେ ଭୁବନେଶ୍ୱର ଏମ୍ସରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ । ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ନକଲି କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଟିମ୍ ବୁଧବାର ସକାଳେ ଚଢଉ ଆରମ୍ଭ କରିଛି । ଚଢଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ଜବତ କରିଛି ସିବିଆଇ । ଗୋଟିଏ ପରିବାରର ୪ ଜଣଙ୍କୁ ନିଯୁକ୍ତିରେ ଜାଲିଆତି ନେଇ ଅଭିଯୋଗ ହୋଇଥିଲା । ୫ଜଣ କର୍ମଚାରୀ ପୂର୍ବରୁ ଚୁକ୍ତିଭିତ୍ତିରେ ଠିକା କର୍ମଚାରୀ ଭାବେ କାମ କରୁଥବାବେଳେ ଜାଲ୍ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ଓ ପରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିଲା । ନିଯୁକ୍ତି କ୍ଷେତ୍ରରେ ଗାଜିଆବାଦ୍ ଏବଂ ଗୋରଖପୁରର କିଛି ନକଲି କାଗଜପତ୍ର ଦାଖଲର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି ସିବିଆଇ ଟିମ୍ ଏମ୍ସରେ ପହଞ୍ଚି ତଦନ୍ତ କାର୍ଯ୍ୟ ଜାରି ରଖିଛନ୍ତି ।