ଦିଲ୍ଲୀ ଗସ୍ତରେ ପୁଣି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦିଲ୍ଲୀ ଗସ୍ତରେ ପୁଣି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର  : ଖୁବଶୀଘ୍ର ରାଜ୍ୟବାସୀଙ୍କୁ ମିଳିବ ଖୁସିର ଖବର । ପୁଣି ଥରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଖାସ୍‌ କରି ରାଜ୍ୟରେ ଖାଲି ପଡିଥିବା ମନ୍ତ୍ରୀ ପଦ ଏବଂ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପୂରଣ ଉପରେ ଆଲୋଚନା ହୋଇପାରେ ।  ଖବର ଅନୁଯାୟୀ, ରାଜ୍ୟ କ୍ୟାବିନେଟ୍‌ରେ ୫ ମନ୍ତ୍ରୀ ପଦ ଖାଲି ରହିଛି । ଏହାସହିତ ରାଜ୍ୟର ବିଭିନ୍ନ ନିଗମ ଓ ବୋର୍ଡମାନଙ୍କର ଅଧ୍ୟକ୍ଷ ପଦ ଖାଲି ରହିଛି । ଯାହାକୁ ପୂରଣ ନେଇ ରାଜ୍ୟ ବିଜେପିର ଚର୍ଚ୍ଚା ଓ ଆଲୋଚନା ଚାଲିଛି। ତଥାପି ଏବେ ଯାଏଁ ଅଙ୍କ ଛିଣ୍ଡୁପାରୁନି । ଦଳରେ ଆଶାୟୀଙ୍କ ତାଲିକା ଲମ୍ବା ଥିବା ଲାଗି ପଦବୀ ପୂରଣ ପାଇଁ ବିଜେପିକୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି । ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ଯେଉଁଠାରେ କେନ୍ଦ୍ରୀୟ ନେତାଙ୍କ ସହ ଏହି ସବୁ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଆଉ ଏବେ ପୁଣି ଥରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।