ଝୁଲିଲା ଅଧ୍ୟକ୍ଷାଙ୍କ ଭାଗ୍ୟ : ହାଇକୋର୍ଟଙ୍କ ରାୟକୁ ଅପେକ୍ଷା

ଗୁଣପୁର  : ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀ ଶବରଙ୍କ ବିରୋଧରେ ଅନାସ୍ଥା ଭୋଟିଂ ସରିଛି କିନ୍ତୁ ହାଇକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଫଳାଫଳ ଘୋଷଣା ହୋଇନାହିଁ  । ଗତ ପଞ୍ଚାୟତ ନିର୍ବାଚନରେ କର୍ଲାଘାଟି ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜେଡି ସମର୍ଥନରେ ଗୁଡାରୀ ବ୍ଲକର ଅଧକ୍ଷ୍ୟା ଭାବେ ନିର୍ବାଚିତ ହୋଇଥିଲେ  । ତେବେ ଗତ କିଛି ମାସ ତଳେ ପରବର୍ତୀ ମୁହୂର୍ତରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ଆଜି ଅନାସ୍ଥା ଭୋଟିଂର  ସମୁଖୀନ ହୋଇଛନ୍ତି ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀ ଶବର  । ଗୁଡାରୀ ବ୍ଲକ ଅଫିସ ପରିସରରେ କଡା ସୁରକ୍ଷା ବଳୟ ମଧ୍ୟରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟିଂ ସରିଛି  । ଏହି ବ୍ଲକର ୯ ଟି ପଞ୍ଚାୟତରେ ୧୮ ଜଣ ସରପଞ୍ଚ ଓ ସମିତି ସଭ୍ୟ ରହିଛନ୍ତି  । ତେବେ ପଞ୍ଚାୟତ ସମିତିର ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟ ଅନାସ୍ଥା ଭୋଟରେ ଅଂଶ ଗ୍ରହଣ କରିଥିଲେ  । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସରିଛି କିନ୍ତୁ ଫଳା ଫଳ ଘୋଷଣା ନ କରିବା ପାଇଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀ ଶବର ହାଇକୋର୍ଟରୁ ରହିତା ଦେଶ ଆଣିଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯାଇଛି  । ଫଳରେ ଅଧକ୍ଷ୍ୟାଙ୍କ ସପକ୍ଷ ଓ ବିପକ୍ଷରେ କେତେ ଭୋଟ ପଡିଛି ତାହା ଅସ୍ପଷ୍ଟ ରହିଛି  । ପରବର୍ତୀ ରାୟ ପର୍ଯନ୍ତ ନିର୍ବାଚନ ଫଳାଫଳ ଘୋଷଣା ହୋଇପାରିବ ନାହି ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ ଅଧିକାରୀ  । ତଥା ଗୁଡାରୀ ତହସିଲଦାର ଏ.  ସ୍ନେହଲତା  ।