ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍‌ଡିଂ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍‌ଡିଂ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତର ଦ୍ବିତୀୟ ଦିନ । କୋରାପୁଟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମିଳିଲା ନୂଆ ଗତି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍‌ଡିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୬୫୦ ଶଯ୍ୟା ବିଶିଷ୍ଟ ନୂଆ ବିଲ୍‌ଡିଂର ଉଦଘାଟିତ ହୋଇଯାଇଛି ।  ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର କୋରାପୁଟରେ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ଢେଙ୍କାନାଳ, ଜଗତସିଂହପୁର ଭଦ୍ରକ ଓ ମାଲକାନାଗିରି ଜିଲ୍ଲାରେ ହେବ ନୂତନ ମେଡିକାଲ କଲେଜ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶକୁ ତ୍ବରାନ୍ବିତ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ, ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । ଦୁଇ ଶହ କୋଟି ଟଙ୍କା ବଜେଟରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଯିବ ।  କୋରାପୁଟ ଜିଲ୍ଲା ରତ୍ନଗର୍ଭା ପ୍ରାକୃତିକ ଖଣିଜରେ ଭରପୁର କିନ୍ତୁ ଆଜି ମଧ୍ୟ ଅବହେଳିତ କୋରାପୁଟ । କୋରାପୁଟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନିଯୁକ୍ତି ସମ୍ଭାବନା ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଜିଲ୍ଲାରେ ପ୍ରଚୁର ପରିମାଣରେ ବକ୍ସାଇଟ୍ ରହିଛି ତେଣୁ ଏହି ଅଞ୍ଚଳ ଶିଳ୍ପାୟନ ହେବା ସମ୍ଭାବନା ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୪୨୦୦ କୋଟି ଟଙ୍କାର ଶିଳ୍ପାୟନ ପାଇଁ କାମ ଆରମ୍ଭ ହୋଇଯାଇଛି । ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ନବୀକରଣ ହେବ । ଦେଓମାଳିରେ ଅତ୍ୟାଧୁନିକ ହୋଟେଲ ସହ ଦେଓମାଳୀ ଇକୋ ଟୁରିଜିମ୍ ଭଳି ଜିଲ୍ଲାରେ ୧୯ଟି ପ୍ରକଳ୍ପ ୪୨୦୦ କୋଟି ଟଙ୍କା ଅଟକଳ ରହିଥିବା ବେଳେ । ୫ ହଜାର ନିଯୁକ୍ତି ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।