ମୋହନଙ୍କୁ ଭେଟିଲେ ସିକ୍କିମ୍ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ-ଗୋଲେ । ଏନେଇ ଶ୍ରୀ ତମାଙ୍ଗ କହିଛନ୍ତିଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି ଅବସରରେ ମୁଁ ସିକ୍କିମର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କୁ ସ୍ମାରକୀ ମୁଦ୍ରା ପ୍ରଦାନ କଲି । ଆମ ଐତିହ୍ୟର ଏହି ପ୍ରତୀକକୁ ପ୍ରଦାନ କରି ମୁଁ ଗର୍ବ ଓ ଖୁସି ଅନୁଭବ କରୁଛି ।