ସରସ୍ୱତୀ ବିଦ୍ୟା ମନ୍ଦିର ବାର୍ଷିକୋତ୍ସବ
ବାଲିପାଟଣା : ବିଶ୍ୱନାଥପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଦୟାନିଧି ମହାପାତ୍ର, ସ୍ୱତନ୍ତ୍ର ଅତିଥି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ, ସମ୍ମାନିତଅତିଥି ବର୍ଣ୍ଣଟୁହେଲ୍ପ ଅଲ୍ର ସଭାପତି ଘନଶ୍ୟାମ ବେହେରା, ରବୀନ୍ଦ୍ର ମିଶ୍ର ଓ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗଦେଇଥିଲେ । ସ୍କୁଲ ପ୍ରଧାନଆଚାର୍ଯ୍ୟ ସୁଶ୍ରୀ ସଂଗୀତା ହୋତାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସମ୍ପାଦକ ସୌଭାଗ୍ୟ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ଗୌତମ ମଲ୍ଲିକ ସମସ୍ତ କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ଓ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଶିକ୍ଷକ ପ୍ରଫୁଲ୍ଲ ସାଥୁଆ, ଶିକ୍ଷୟିତ୍ରୀ ପ୍ରଭାସିନୀ ରଥ, ସନ୍ଧ୍ୟାରାଣୀ ସ୍ୱାଇଁ, ମମତା ପରିଡ଼ା, ସୁନନ୍ଦା ବାରିକ ପ୍ରମୁଖ କାର୍ଯ୍ୟକ୍ରମ ସଫଳତାରେ ସହଯୋଗ କରିଥିଲେ ।