ଓଡ଼ିଶାରେ ସିବିଆଇ ରେଡ
ଭୁବନେଶ୍ୱର: ଓଡ଼ିଶାରେ ରେଡ କଲା ସିବିଆଇ । ବ୍ରହ୍ମପୁରସ୍ଥିତ ସିଜିଏସଟି ଅଫିସରେ ସିବିଆଇ ପକ୍ଷରୁ ଚଢଉ କରାଯାଇଛି । ବୁଧବାର ବ୍ରହ୍ମପୁର ଅନନ୍ତନଗରସ୍ଥିତ ସିଜିଏସଟି ଅଫିସରେ ସିବିଆଇ ପକ୍ଷରୁ ଚଢଉ କରାଯାଇଛି । ଲାଞ୍ଚ କାରବାର ନେଇ ଏହି ଚଢଉ କରାଯାଇଛି । ତେବେ ଏହି ଚଢଉରେ ସିବିଆଇର ୧୫ ଜଣିଆ ଟିମ ସାମିଲ ଅଛନ୍ତି ।
ପ୍ରକାଶ ଯେ ରାଜ୍ୟରେ ବିଜେପି ସରକାର ଆସିବା ମାତ୍ରେ ସିବିଆଇ ପୂରା ସକ୍ରିୟ ହୋଇଯିବ ବୋଲି ନିର୍ବାଚନ ପୂର୍ବରୁ କୁହାଯାଉଥିଲା । ତେବେ ନିର୍ବାଚନ ପରେ ତାହା ସତ ହୋଇଛି ।