ରାଜ୍ୟ ସରକାର ପ୍ରକାଶ କଲେ ବିଜ୍ଞପ୍ତି

ଭୁବନେଶ୍ୱର: ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ରାଜ୍ୟସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସ ସୀମାରେ କୋହଳ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ସେହିପରି “ଗ” ଓ “ଘ” ବର୍ଗ ପଦବୀରେ ନିର୍ଦ୍ଧାରିତ ବୟସସୀମା ୩ ବର୍ଷ କୋହଳ କରାଯାଇଛି । ଅନ୍ୟପକ୍ଷରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରିରୀକ ପରୀକ୍ଷାରୁ ଅବ୍ୟାହତି ମିଳିବ ।