ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା


 ୫ ଘଣ୍ଟା ବନ୍ଦ ରହିବ ନାଲକୋ ଛକଠୁ ଜୟଦେବ ବିହାର ଛକ ରାସ୍ତା
 ଭୁବନେଶ୍ୱର, ୧୧ା୬ : ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା । ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲ୍ୟପ୍ରିଣ୍ଟ୍ ଜାରି ହୋଇଛି ଟ୍ରାଫିକ କଟକଣା । 
ସୂଚନାଯୋଗ୍ୟଯେ, ଆଜି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଏଥି ନିମନ୍ତେ ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତ ହୋଇଛି ବ୍ଲ୍ୟପ୍ରିଣ୍ଟ୍ । ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ କଟକଣା ରହିବ । ବୁଧବାର ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ମନା । କେବଳ ଗାଡ଼ି ପାସ୍ ଥିବା ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ । ଅନ୍ୟମାନେ ବିକଳ୍ପ ରାସ୍ତା ବ୍ୟବହାର କରି ପାରିବେ । ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ । ସେହିପରି କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶପଥ ଗ୍ରହଣ ସମାରୋହ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଭୁବନେଶ୍ୱର ଆସୁଥିବାକୁ କଡ଼ା କଟକଣା ଜାରି କରିଛି କମିଶନରେଟ ପୁଲିସ ।
ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୁଲିସ୍ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ କମିଶନର ସଞ୍ଜିବ୍ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ପୁରା ଜନତା ମଇଦାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସଭା ସ୍ଥଳୀକୁ କଡ଼ା ସୁରକ୍ଷାବଳୟରେ ରଖାଯିବ । କାରଣ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବହୁ କେନ୍ଦ୍ର ମନ୍ତ୍ରୀ ତଥା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ସେମାନଙ୍କ ନିମନ୍ତେ  ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତାହାସହ ଗଭର୍ଣ୍ଣର ହାଉସଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି । ଏହି ଲାଇନରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଶପଥ ଗ୍ରହଣ ସମାରୋହ ପାଇଁ ମୋଟ୍ ୬୭ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଜନତା ମଇଦାନ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ ଆଇଜି ପ୍ରବୀଣ କୁମାର । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ୱରେ ରହିବେ । ସେହିପରି ୧୩ ଜଣ ଡିସିପି ରାଙ୍କ ଅଫିସର, ୧୮ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ୩ ଏସଟିଏ ୟୁନିଟ ସହ ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ ମୁତୟନ ହେବା ସହ ଗାଡ଼ିମୋଟର ଯାଞ୍ଚ କରାଯାଇଛି । ଆଜି ଜନତା ମଇଦାନକୁ ଆସିବାକୁ ଥିବା ସାଧାରଣ ଲୋକଙ୍କ ନିମନ୍ତେ ଜାରି ହୋଇଛି ଆଡଭାଇଜରୀ । ଯେଉଁମାନେ କାର୍ କିମ୍ବା ଦୁଇ ଚକିଆରେ ଆସିବେ ଆ·ର୍ଯ୍ୟ ବିହାର ଛକରୁ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ଆସିବେ । ସେଠାରେ ୪ ଚକିଆ ଯାନର କାର୍ ଡ୍ରପିଂ ପଏଣ୍ଟ ହୋଇଛି । ସେଠାରୁ ·ଲି ·ଲି ଜନତା ମଇଦାନକୁ ଆସିବେ । ସେହିପରି ଯେଉଁମାନେ ବସରେ ଆସିବେ ସେମାନେ ଆ·ର୍ଯ୍ୟ ବିହାର ଛକରୁ ୭ମ ବାଟାଲିଅନ ଗେଟ୍ ପାଖରେ ଓହ୍ଲାଇବେ । ସେଠାରୁ ·ଲି ·ଲି ଜନତା ମଇଦାନକୁ ଆସିବେ । କେବଳ ଭିଭିଆଇପିମାନଙ୍କୁ ସଭା ସ୍ଥଳୀକୁ ଯିବାକୁ ପାସ୍ ଦିଆଯାଇଛି ।