୨୦ରେ ପୁଣି ଆସିବେ ମୋଦୀ, ପୁରୀରେ ରୋଡ଼ ଶୋ

୨୦ରେ ପୁଣି ଆସିବେ ମୋଦୀ, ପୁରୀରେ ରୋଡ଼ ଶୋ

ଭୁବନେଶ୍ୱର: ବିଜେପି ଫୋକସରେ ଏବେ ଓଡ଼ିଶା । ଯେଉଁଥି ପାଇଁ  କେନ୍ଦ୍ରୀୟ ନେତା ଏବେ ଓଡ଼ିଶାରେ ଡେରା ପକାଉଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶାଗସ୍ତରେ ଆସିବେ । ଆସନ୍ତା ୨୦ ତାରିଖ ଦିନ ସେ ଓଡ଼ିଶାଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ସେ ପୁରୀରେ ରୋଡ ଶୋ କରିବେ । ଏଥିସହ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆସନ୍ତା ୧୫ ତାରିଖ ଦିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ଜନସଭା କରିବେ ।
ଏହାଛଡ଼ା ଆସନ୍ତା ୧୭ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ । ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରିବେ ବୋଲି ଜଣାଯାଇଛି ।