ଜଣେ ସଚ୍ଚୋଟ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁଃଖର କଥା
pandian
ଏହା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ଜଣେ ସଚ୍ଚୋଟ ଅଫିସର । ଓଡ଼ିଶାରେ ନକ୍ସଲ ସମସ୍ୟା ହ୍ରାସ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଗଜପତି ଜିଲ୍ଲାରେ ଓ ଆଇଜି ଅପରେସନ୍ ଭାବେ କାମ କରିଛନ୍ତି । ତାଙ୍କ ଜୀବନପ୍ରତି ବିପଦ ମଧ୍ୟ ରହିଛି । ରାଜନୈତିକ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମୁଁ ଭାବୁଛି । ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ନେତାମାନେ ଏଭଳି ଚାହିଁବା ଦୁଃଖର କଥା । ବିଜେଡ଼ି କିମ୍ବା ମୁଖ୍ୟମନ୍ତ୍ରୀ କୌଣସି ଅଫିସରଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁନାହାନ୍ତି । ବିଜୁ ଜନତା ଦଳ ବହୁତ ମଜବୁତ ରହିଛି । ଆମର କୋଟିଏ ସଭ୍ୟ ଅଛନ୍ତି, ଆମର କିଛି ଦରକାର ନାହିଁ, ବିଜେଡ଼ିକୁ ଦରକାର ପଡ଼ିପାରେ ବୋଲି ପାଣ୍ଡିଆନ୍ କହିଛନ୍ତି ।