ଭାଙ୍ଗିଗଲା କଲଭର୍ଟ; ଚାଷ ଜମିକୁ ମାଡ଼ିଗଲା ପାଣି
ଯାଜପୁର: ଚଣ୍ଡିଖୋଲ ଜଳସେଚନ ବିଭାଜନ ଅଧିନରେ ଥିବା ମୂଖ୍ୟ କେନାଲ ସହ ଶାଖା ନାଳ ସଫେଇ ବେଳେ ଜେସିବି ଚଢିଯିବାରୁ ଜଳ ନିଷ୍କାସନ କଲଭଟ ଭାଙ୍ଗିଯାଇଚାଷ ଜମିକୁ ପାଣି ମାଡ଼ିଯାଇଛି । ଫଳରେ ରୋଇବା ପାଇଁ ରହିଥିବା ଧାନ ତଳି ନଷ୍ଟ ହୋଇପଡ଼ିଥିବାର ଚାଷୀ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ବଡଚଣା ନିକଟ ୯ ନମ୍ବର ଶାଖାନାଳ ସଫେଇ ସମୟରେ ଦେଖିବାକୁ ମିଳିଛି । ଏଥି ସହ ଯାଜପୁର ଅଂଚଳର ଠିକାଦାର ଜ୍ୟୋତି ମହାନ୍ତି ନାମରେ ଧାନମଣ୍ଡଳ ପୋଲ ଠାରୁ ବନ୍ତଳା ପର୍ଯ୍ୟନ୍ତ ମୂଖ୍ୟ ନାଳ କାର୍ଯ୍ୟ ଆରମ୍ଭ କରିନଥିବାରୁ ଜଳ ପରିଚଳନାରେ ବାଧକ ସୃଷ୍ଟି ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଚଣ୍ଡିଖୋଲ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ପାଇଁ ଏଭଳି ହେଉଥିବା ସାଧାରଣରେ କୁହାଯାଉଛି ।