ଭାରତ ପାଇଁ ଚିନ୍ତା ବଢିଲା, ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ

ଭାରତ ପାଇଁ  ଚିନ୍ତା ବଢିଲା, ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ

ଇସଲାମାବାଦ :  ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଆଫ୍ରିକୀୟ ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି, ଯାହା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ, କାରଣ ମଙ୍କିପକ୍ସ ଜୀବାଣୁ ମଧ୍ୟ କରୋନା ପରି ବ୍ୟାପିଥାଏ। ବର୍ତ୍ତମାନ ପାକିସ୍ତାନ ଏକ ସତର୍କ ସୂଚନା ଜାରି କରିଛି। ଗୁରୁବାର ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏହି ପ୍ରଥମ ମାମଲା ସାମ୍ନାକୁ ଆସିଛି।

ଚଳିତ ବର୍ଷ ପାକିସ୍ତାନରେ ମଙ୍କିପକ୍ସର ଏହା ପ୍ରଥମ ଘଟଣା। ଯେଉଁ ବ୍ୟକ୍ତିଙ୍କର ଲକ୍ଷଣ ଅଛି ସେ ନିକଟରେ ସାଉଦି ଆରବରୁ ନିଜ ଦେଶକୁ ଫେରିଛନ୍ତି। ପାକିସ୍ତାନୀ ସ୍ବସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯୁବକଙ୍କର ମଙ୍କିପକ୍ସ ନିଶ୍ଚିତ ହୋଇଛି ଏବଂ ସେ ଚିକିତ୍ସିତ ହେଉଛନ୍ତି। ସେ ଅଗଷ୍ଟ ୩ ରେ ସାଉଦି ଆରବରୁ ଫେରିଥିଲେ। ଏହା ପରେ ତାଙ୍କ ନମୁନା ନିଆଯାଇଥିଲା। ଯେଉଁଥିରେ ତାଙ୍କ ପଜିଟିଭ ଥିବା ଜଣାପଡିଛି। ଅନ୍ୟପଟେ ସ୍ଥାନୀୟ ନାଗରିକଙ୍କ ପାଇଁ ମଧ୍ୟ ଏଡଭାଇଜରୀ ଜାରି କରିଦିଆଯାଇଛି। ସମସ୍ତ ଭିତର ଓ ବାହାର ମାର୍ଗରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।