ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ
ମିର୍ଜାପୁର : ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ବିଳାସପୁର ଟ୍ରେନ ଦୁର୍ଘଟଣା ୨୪ ଘଣ୍ଟା ନପୂରୁଣୁ ଘଟି ଯାଇଛି ଆଉ ଏକ ମର୍ମଦୁନ୍ତଦ ଟ୍ରେନ ଦୁର୍ଘଟଣା । କାର୍ତ୍ତିକ ପୁର୍ଣ୍ଣମୀ ପାଇଁ ଗଙ୍ଗାରେ ବୁଡ ପକାଇବାକୁ ଯାଉଥିଲେ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବିଶେଷ ସୂଚନା ନେବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ସୂଚନା ମୁତାବକ, ମୃତକମାନେ ୪ନମ୍ବର ପ୍ଲାଟଫର୍ମରେ ଚୋପନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ଓହ୍ଲାଇଥିଲେ । ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ ପାର ହେବା ପାଇଁ ଦୌଡିବା ଆରମ୍ଭ କରିଥିଲେ । ସେତେବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏକ୍ସପ୍ରେସ ଟ୍ରେନ (କାଲକା ମେଲ) ସେମାନଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣା ସ୍ଥଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସମସ୍ତ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ବାହାରିଥିଲେ ବୋଲି ଜଣାପଡିଛି ।