ଭିଭି ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖୋର୍ଦ୍ଧା ଓ ବ୍ରହ୍ମପୁରରେ ନୂଆ ଏସପି
ଭୁବନେଶ୍ୱର : ବରିଷ୍ଠ ଆଇଏଏସ ଅଫିସର ଭିଭି ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି କରାଯାଇଛି । ସେହିପରି ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ନିର୍ବାଚନ କମିଶନ ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି । ୨୦୦୭ ବ୍ୟାଚର ଆଇପିଏସ ଡକ୍ଟର ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୨୦୦୭ ବ୍ୟାଚ ଆଇପିଏସ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ମିଳିଛି । ଏହି ମର୍ମରେ ନିର୍ବାଚନ କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଆସିଛି ।
ଖୋର୍ଦ୍ଧା ଓ ବ୍ରହ୍ମପୁରକୁ ମିଳିଲେ ନୂଆ ଏସପି । ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଆଉ ୨ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ନିର୍ବାଚନ କମିଶନ ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିଦେ୍ର୍ଦଶ ଦେଇ ୩ଟି ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ଦେଇଥିଲେ । ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି ଲେଖି ବ୍ରହ୍ମପୁର ପୁଲିସ ଏସପି ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡ଼ଙ୍ଗୀ ଓ ଖୋର୍ଦ୍ଧା ପୁଲିସ ଏସପି ଭାବେ ୨୦୦୭ ବ୍ୟାଚ୍ ଆଇପିଏସ୍ ଅଶ୍ୱିନୀ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ଉଭୟ ଅଫିସରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରି ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅନୁପାଳନ ରିପୋର୍ଟ ପଠାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ କମିଶନ ନିଦେ୍ର୍ଦଶ ଦେଇଥିଲେ ।