ବିଜେଡିରୁ ମୁନା ଖାନଙ୍କ ଇସ୍ତଫା !

ବିଜେଡି ସଂଖ୍ୟାଲଘୁ ସେଲରୁ ମୁନା ଖାନ୍ ଦେଲେ ଇସ୍ତଫା । ନବୀନ ନିବାସରେ ପହଁଞ୍ଚି ବିଜେଡି ସାଂସଦ ମୁନା ଖାନ୍ ପହଁଞ୍ଚି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ବିଜେଡି ସଂଖ୍ୟାଲଘୁ ସେଲର ଦକ୍ଷିଣ ଜୋନ୍ ସଂଯୋଜକ ଥିଲେ ମୁନା ଖାନ୍ । ବିଜେଡିର ସଂଖ୍ୟାଲଘୁ ସେଲ୍ ଗତ ୫ତାରିଖରେ ଗଠନ ହୋଇଥିବାବେଳେ ଆଜି ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହାପରେ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ସେଲର ଆବାହକ ଦାୟିତ୍ୱ ଦିଆଯାଇଛି ।