ମାମୁଁକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା ଭଣଜା
।ା ପ୍ରଭାନୁ୍ୟଜ ।ା କବାଟବନ୍ଧ-ଧର୍ମଶାଳା: ବାଇକ ପାଇଁ ମାମୁଁକୁ ରଶିରେ ବେକୁ ଚିପିବା ସହ ମୁହଁକୁ ପଥରରେ ଆଘାତ କରି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗିଦେବା ଭଳି ଚାଞ୍ଚଲ୍ୟକର ଘଟଣା ଜେନାପୁର ଥାନା ଇଲାକରେ ଘଟିଛି । ପୁଲିସ ଭଣଜାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ ହତ୍ୟାକାଣ୍ଡରେ ଏକାଧିକଙ୍କ ସଂପୃକ୍ତି ଥିବା ସନେ୍ଦହ କରି ପୁଲିସ ଅନୁସନ୍ଧାନ ଜାରୀ ରଖିଛି । ଖବର ମତେ ଜେନାପୁର ଥାନା ସମ୍ପାରୁ ପଞ୍ଚାୟତ ତୋଟାକଣ ଗ୍ରାମର ଦାମୋଦର ନାୟକଙ୍କ ପୁଅ ଦୁଷ୍ମନ୍ତ ନାୟକ (୩୨) ତାଙ୍କର ସମ୍ପର୍କିୟ ଭଣଜା ଗଡମଧୁପୁର ପଞ୍ଚାୟତ ପନ୍ତୁରୀ ଗ୍ରାମର ପୁର୍ଣ୍ଣଚନ୍ଦ୍ର ଧଳଙ୍କ ପୁଅ ଜଗନ (୨୨)ଙ୍କୁ ସାଙ୍ଗରେ ଧରି ୫୦ ହଜାର ଟଙ୍କା ସହ ଏକ ବାଇକ କିଣିବାକୁ ଶନିବାର ଚଣ୍ଡିଖୋଲ ଯାଇଥିଲେ । ହେଲେ ଦୁଷ୍ମନ୍ତ ରାତିରେ ଘରକୁ ଫେରିନଥିଲେ । ମୋବାଇଲକୁ ଫୋନ ଲଗାଇଲେ ମଧ୍ୟ ସେ ରିସିଭ ନକରିବାକୁ ପତ୍ନୀଙ୍କ ସନେ୍ଦହ ହୋଇଥିଲା । ଏଣୁ ପନôୀ ମଧୁସ୍ମିତା ଜେନାପୁର ଥାନାରେ ପହଁଚି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଭଣଜା ଜଗନକୁ ଧରିଆଣି ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ପଚରା ଉଚରା ବେଳେ ସେ ମାମୁଁ ଦୁଷ୍ମନ୍ତକୁ ହତ୍ୟା କରିଥିବା ମାନିଥିଲା । ପୁଲିସ ପାଖରେ ଜଗନ କହିଥିଲା କି ପୂର୍ବରୁ ମାମୁଁ ମୋ ନାମରେ ଏକ ବାଇକ କିଣିଥିଲେ । ପରେ ଏହି ବାଇକକୁ ରିଫାଇନାସ କରିଥିଲେ । ଯାହା ସେ ଜାଣିନଥିଲା । ମାମୁଁ ସହ ବାଇକ କିଣିବାକୁ ଯାଇଥିବା ବେଳେ ତାଙ୍କ ନାଁରେ ସିଭିଲ ଦେଖାଇଥିଲା । ତାଙ୍କ ନାମରେ ବାଇକ ଥିବା ମାମୁଁଙ୍କୁ ଗାଡ଼ି ଫେରାଇ ଦେବାକୁ ସେ ତାଗିଦ କରିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଜଗନ ମାମୁଁ ଦୁଷ୍ମନ୍ତକୁ ହତ୍ୟା କରି ଭୁବନପୁର ଗ୍ରାମ ସୁନାମୁହିଁ ପାଟ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ପୁଲିସ ଜଗନ ଠାରୁ ସବୁକଥା ଶୁଣିବା ପରେ ଘଟଣା ସ୍ଥଳରେ ପହଁଚି ଶବକୁ ଜବଦ କରିଥିଲା । ପୁଲିସ ମାମଲାରେ ଏକାଧିକଙ୍କ ସଂପୃକ୍ତି ଆଶଙ୍କା କରି ସାଇନଟିଫିକ ଟିମ ସହାୟତାରେ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଅଭିଯୁକ୍ତକୁ ଅଟକ ରଖି ଅଧିକ ଜେରା କରୁଥିବା ଏସ ଆଇ ସୋମ୍ୟରଞ୍ଜନ ଭୋଳ ସୂଚନା ଦେଇଛନ୍ତି । ଯାଜପୁର ରୋଡ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଁଚି ତଦନ୍ତକୁ ଆଗକୁ ବଢାଇଥିବା ବେଳେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୃତ ପରିବାରକୁ ସ୍ୱାନ୍ତନା ଦେବା ସହ ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁୁଷ୍ଠାନ ଦାବି କରିଛନ୍ତି ।