ନିଜକୁ ସରକାରୀ ଅଧିକାରୀ କହି ସାଇବର ଠକ ଲୁଟିନେଲେ ୮୭ଲକ୍ଷ ଟଙ୍କା

ନିଜକୁ ସରକାରୀ ଅଧିକାରୀ କହି ସାଇବର ଠକ ଲୁଟିନେଲେ ୮୭ଲକ୍ଷ ଟଙ୍କା

ମାଲକାନଗିରି ଜିଲ୍ଲାରେ ଏକ ବଡ ଧରଣର ସାଇବର ଠକେଇ ହେଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଜୈନେକ ଶିକ୍ଷକ ଏହି ଠକେଇରଶିକାର ହୋଇଛନ୍ତି । ପ୍ରଥମେ ଶିକ୍ଷକଙ୍କୁ କିଛି ଫୋନ କଲ ଆସିଥିଲା, ଶିକ୍ଷକ ଜଣଙ୍କ ବ୍ୟାଙ୍କ ଲେଣ ଦେଣ ବିଷୟରେ ତଥ୍ୟକୁ ଆଧାର କରି ଦୀର୍ଘ ଏକ ମାସ ଧରି ଶିକ୍ଷକଙ୍କୁ ଧମକ ଦେବା ସହ ନିଜକୁ ପ୍ରସାସନିକ ଅଧିକାରୀ ଯଥା ସିବିଆଇ, ଇଡ଼ି, ହାଇକୋର୍ଟ କର୍ମଚାରୀର ପରିଚୟ ଦେଇ ଠକ ମାନେ ଧମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ତୁମର ଟଙ୍କାକୁ ତୁମେ ଅସତ ଉପାୟରେ ଅର୍ଜନ କରିବା ସହ ବିଭିନ୍ନ ଅପରାଧିକ ସଂସ୍ଥାରେ ନିବେଶ କରିଛ, ତୁମକୁ ସେମାନେ ଜୀବନରେ ମାରିଦେବେ, ତେଣୁ ତୁମକୁ ଆମେ ରକ୍ଷା କରିପାରିବୁ ବୋଲି କହି ପ୍ରଥମ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଠକି ନେବାପରେ ଦିନକୁ ଦିନ ଅଧିକ ଟଙ୍କା ଦାବି କରିଥିଲେ ଠକ ମାନେ । ଏହି ବିଷୟରେ କାହାକୁ କହିଲେ ତୁମ ସହ ତୁମ ପରିବାର ଲୋକଙ୍କୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦେଇଥିବାରୁ ଶିକ୍ଷକ ଜଣଙ୍କ ଭୟରେ ନିଜପରିବାରରେ କାହାକୁ ଜଣାଇ ପାରିନଥିଲେ । ଦିନକୁ ଦିନ ତାଙ୍କୁ ଅଧିକରୁ ଅଧିକ ଟଙ୍କା ଦାବିକରି ଥିଲେ ସାଇବର ଲୁଟେରା, ଶେଷରେ ସେ ବାଧ୍ୟହୋଇ ନିଜ ସମ୍ପର୍କୀୟ ଓ ଭାଇଙ୍କ ଠାରୁ ପ୍ରାୟ ୮ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଧାର କରିବା ସହ ବ୍ୟାଙ୍କରୁ ପ୍ରାୟ ୨୬ଲକ୍ଷ ଟଙ୍କା ଋଣ କରି ସମୁଦାୟ ୮୭ଲକ୍ଷ ଟଙ୍କା ଶିକ୍ଷକ ଜଣଙ୍କ ଏହି ସାଇବର ଠକ ମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । କିଛିଦିନ ପରେ ସାଇବର ଲୁଟେରା ଫୋନ ଆସିବା ବନ୍ଦ ହେବାପରେ ସେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଦୀର୍ଘ ଦିନଧରି ନିର୍ଯ୍ୟାତନାର ଶିକାର ହୋଇ ଶେଷରେ ରାଜ୍ୟ ସାଇବର ସେଲକୁ ଫୋନ ମାଧ୍ୟମରେ ଏନେଇ ଜଣାଇବା ଥିଲେ ଶିକ୍ଷକ ଜଣଙ୍କ ଏବଂ ସେଠାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ, ଯାହାର ତଦନ୍ତ ଜାରି ରହିଛି ।