KIITରେ ଛାତ୍ରୀ ଆତ୍ମହତ୍ୟା ଘଟଣା

KIITରେ ଛାତ୍ରୀ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ପରିଚିତମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର, ପୀଡିତାଙ୍କ ଉପରେ ତିନି ବର୍ଷର ସମ୍ପର୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ। ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ତାଙ୍କ ତିନି ବର୍ଷର ସମ୍ପର୍କ ମଧ୍ୟରେ ଅଦ୍ବିକଙ୍କଠାରୁ ନିରନ୍ତର ନିର୍ଯାତନା ସହିବାକୁ ପଡ଼ିଥିଲା। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ, ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଦ୍ବିକଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କ୍ୟାମ୍ପସ୍‌ ନିକଟରେ ସହପାଠୀମାନେ ଅବରୋଧ କରିଥିଲେ। ‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା କିଟ୍‌ ପରିସର। ଏହା ପରେ ତ୍ୱରିତ ପଦକ୍ଷେପ ନେଇଥିଲା ପୋଲିସ। ଖବର ଲେଖାହେବା ସୁଦ୍ଧା ପରିସ୍ଥିତି ପରିଚାଳନା ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ସମୟରେ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ଏବଂ ତାଙ୍କ ପିତାମାତାଙ୍କୁ ଏହି ଦୁର୍ଭାଗ୍ୟଜନକ ଘଟଣା ବିଷୟରେ ସୂଚନା ଦିଆଯାଇଛି।