୪ଟି ମନ୍ଦିରରୁ ଚୋରି ,ସୁନା ଅଳଙ୍କାର ସହ ଦାନ ହାଣ୍ଡି ଭାଙ୍ଗି ଲୁଟ୍

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ବିଳମ୍ବିତ ରାତିରେ ୪ଟି ମନ୍ଦିରର ତାଲା ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ଉଦଳା କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡୀ ମନ୍ଦିରରେ ଦୁର୍ବୃତ୍ତ ମାନେ ପଶି କରିଛନ୍ତି ଲୁଟ କରିଛନ୍ତି । ମନ୍ଦିର ମୁଖ୍ୟ ଗେଟ ତାଲା ଭାଙ୍ଗି ଠାକୁରଙ୍କ ମୁକୁଟ, ଚିତ୍ତା ସହିତ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି । ଏହା ସହିତ ସମସ୍ତ ମନ୍ଦିର ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ମଧ୍ୟ ଦୁବୃତ୍ତମାନେ ଲୁଟି ନେଇଛନ୍ତି । ଏକକାଳୀନ ୪ଟି ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ମନ୍ଦିର ଗୁଡିକରୁ ଲକ୍ଷାଧିକ ଟଙ୍କାର ରୂପା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।