ଯୋଜନାକୁ ଆଖିଠାର... ନାଳ ଭିତରେ ପୋଖରୀ ଖୋଳା
କୁଆଖିଆ : ସରକାରୀ ଯୋଜନା କିପରି ହରିଲୁଟ୍ ହେଉଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ରସୁଲପୁର ବ୍ଲକର ଓଡିଶୋ ପଞ୍ଚାୟତ ଅର୍ତିଆ କୁସୁନପୁର ଗ୍ରାମରେ । ଶହେ ବର୍ଷରୁ ଉର୍ଦ୍ଧ୍ୱ ଏକ ନାଳ ମଧ୍ୟରେ ହେଉଛି ପୋଖରୀ ଖୋଳା । ଜଣାଯାଏ ଏହି ଗ୍ରାମର ବିଶ୍ୱନାଥପୁର ୯ ନଂ ୱାର୍ଡ ଦେଇ ଯାଇଥିବା ନାଳଟି ନିକଟସ୍ଥ ବ୍ରାହ୍ମଣୀ ନଦୀର ଏକ ପୁରାତନ ଘାଇ ଭାବରେ ଜଣାଶୁଣା । ଏଥିରେ ସ୍ଥାନୀୟ ଲୋକ ମାନଙ୍କ ଜମାଜମି ମଧ୍ୟ ରହିଛି । ବର୍ତମାନ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଉକ୍ତ ନାଳକୁ ମେସିନ ସାହାଯ୍ୟରେ ଖୋଳି ପୋଖରୀ କରୁଥିବା ବେଳେ ନାଳ ନିକଟରେ ଲୋକ ମାନଙ୍କର ଚାଷଜମି, ଘର ପ୍ରତି ବିପଦ ଦେଖା ଦେଇଛି । ଏମିତି କି ଏହି ନାଳରେ ପୂର୍ବ ସରକାର ସମୟରେ ଏହିପରି କେତେକ ପୋଖରୀ ଖୋଳି କିଛି ଲୋକ ମାଲେମାଲ୍ ହେଇଥିବା ବେଳେ, ବର୍ତ୍ତମାନ ସେହି ଜାଗାରେ ପୋଖରୀ ଖୋଳା ଚାଲିଛି ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ସରକାରୀ ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଲେ ପ୍ରକୃତ ଜନସାଧାରଣ ଉପକୃତ ହୋଇପାରିବେ ।