ଗୁଡୁ ହତ୍ୟା ମାମଲ, ସନେ୍ଦହରେ ତିନି ଅଟକ, ପୁଲିସର ତଦନ୍ତ

ାା ପ୍ରଭାନୁ୍ୟଜ୍ ।ା ବୈଶିଙ୍ଗା : ସୋମବାର ଭୋର ସମୟରେ ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଅଜାଡିହ ଛକ ନିକଟରେ ବେତନଟୀ ଅଞ୍ଚଳର ପୂର୍ବତନ ସରପଞ୍ଚ ତଥା ସ୍ୱର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ପୁଅ ଆଶୁତୋଷ ବେହେରା(ବୁଡ଼ୁ)ଙ୍କ ମୃତ ଦେହ ପଡିରହିଥିଲା । ସୂଚନା ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରୁ ବୁଡୁଙ୍କ ମୃତ ଶରୀରକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲା । ଏ ନେଇ ବୈଶିଙ୍ଗା ପୁଲିସ ୪୭/୨୪ରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଚଳାଇଥିଲା । ସୋମବାର ପୂର୍ବାହ୍ଣ  ସମୟରେ ବେତନଟୀ ପୁଲିସ ଏହି ଘଟଣାରେ ଜଡିତ ଥିବା ତଥା ମୃତ ବୁଡୁ ସହିତ ରାତି ସାରା ସମୟ କାଟିଥିବା ବନ୍ଧୁ ହରିଶଙ୍କର ତ୍ରୀପାଠୀ (ଶଙ୍କରା), ଯଶୋବନ୍ତ ବେହେରା(ଚିନା) ଏବଂ ଅନିର୍ବାଣ ବାଲା(ବଙ୍ଗାଳୀ)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିଲା  । ବୈଶିଙ୍ଗା ପୁଲିସ ଅପରାହ୍ନ ସମୟରେ ସେହି ତିନି ବନ୍ଧୁଙ୍କୁ ବୈଶିଙ୍ଗା ଥାନା ଆଣି ପଚରାଉଚରା ଜାରି ରଖିଛି । ଏକ ଧଳା ରଙ୍ଗର କାର ଯୋଗେ ମୃତ ବୁଡୁ ସହ ଉକ୍ତ ତିନି ଜଣ ମିଶି ବୈଶିଙ୍ଗା ଅଭିମୂଖେ ଆସି ଆଗ୍ରିଆ ଓଉରବ୍ରିଜ ନିକଟରେ ଅଟକି ମଦ ପିଇବା ସହ ବୈଶିଙ୍ଗା ପଟକୁ ଆସିଥିଲେ । ସେଠାରେ ମୃତ ବୁଡ଼ୁକୁ ଛାଡି ବେତନଟୀ ଅଭିମୂଖେ ଘରକୁ ପଳାଇଯାଇଥିଲେ ବୋଲି ବୈଶିଙ୍ଗା ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଯଦି ସାଙ୍ଗରେ ଆଣିଥିଲେ ତାହାଲେ ତାଙ୍କୁ ରାଜପଥ ପାର୍ଶ୍ୱରେ କାହିଁକି ଛାଡି ପଳାଇଲେ । ରାଜପଥ ଉପରେ ପଡି ରହିଥିବା ମୃତୁ୍ୟ ବୁଡୁର ଶରୀରକୁ ଦେଖିଲେ ତଥା ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଭବ କରି ବୈଶିଙ୍ଗା ପୁଲିସ ହତ୍ୟା ନା ଦୁର୍ଘଟଣା ତାର ତଦନ୍ତ ଚଳାଇଥିବା ବେଳେ ମୃତ ବୁଡୁର ପରିବାର ଲୋକଙ୍କ କହିବା ମୁତାବକ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି  । ଏହି ଘଟଣାକୁ ଭିତ୍ତି କରି ବୈଶିଙ୍ଗା ପୁଲିସ ଉକ୍ତ ତିନି ଜଣ ସାଙ୍ଗକୁ ୩୦୪ ଦଫା ମୂଳେ  ମଙ୍ଗଳବାର  ଗିରଫ କରିବା ସହ ବୁଧବାର ସକାଳେ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି  । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ବେତନଟୀ ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ବର୍ଗ ।