ତହସିଲଦାରଙ୍କ ବିରୁଦ୍ଧରେ ଉପଜିଲାପାଳଙ୍କୁ ଅଭିଯୋଗ କଲେ ଆରଆଇ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: କେଶଦୁରାପାଳ ମହିଳା ଆରଆଇ ସବିତା ପଣ୍ଡିତ ଘସିପୁରା ତହସିଲଦାର ନୀଳକଣ୍ଠ ବେହେରାଙ୍କ ବିରୁଦ୍ଧରେ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀଙ୍କୁ ଅଭିଯୋଗ ପରେ ଘଟଣା ସମ୍ପର୍କରେ ଘସିପୁରା ପୁଲିସକୁ ଡାକି ପଚରା ଉଚରା କରିଥିବା ସୂଚନା ମିଳିଛି । ସୂଚନା ଥାଉକି ଆରଆଇ ସବିତାଙ୍କୁ ଗାଳି ଗୁଲଜ କରିଥିବାରୁ ସେ ଚେତାଶୂନ୍ୟ ହୋଇ ଯାଇଥିଲେ । ପରେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ ଆରଆଇଙ୍କ ସ୍ୱାମୀ ଘସିପୁରା ଥାନାରେ ତହସିଲଦାର ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହି ଘଟଣାଟି ଗତ ୮ତାରିଖ ଦିନ ଘଟିଥିବା ବେଳେ ଆରଆଇ ଉପଜିଲାପାଳଙ୍କୁ ଭେଟି ତାଙ୍କ ପ୍ରତି ତହସିଲଦାର କରିଥିବା ଅଶୋଭନୀୟ ବ୍ୟବହାର ଅଶ୍ଳୀଳ ଇଙ୍ଗିତ, ଅଶ୍ଳୀଳ ଭାଷା ପ୍ରୟୋଗ ତଥା ମାନସିକ ନିର୍ଯାତନା ସଂପର୍କରେ ଫେରାଦ ହୋଇଛନ୍ତି । ଯଦି କୌଣସି କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ରାଜସ୍ୱ ନିରୀକ୍ଷକ ଯାଇଥାନ୍ତି ଫେରିବା ସମୟରେ କୌଣସି କାମ ନଥାଇ ଅଫିସ ସମୟ ପରେ ମଧ୍ୟ ତାଙ୍କୁ ଦେଖା କରିବାକୁ ବାଧ୍ୟ କରାଇଥାନ୍ତି ।
ସେହିପରି ଅଧିକାଂଶ ସମୟରେ ଅଶ୍ଳୀଳ ଇଙ୍ଗିତ ସହିତ ଅଶ୍ଳୀଳ ଭାଷା ମଧ୍ୟ କହିଥାଆନ୍ତି । ଏଭଳି ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ଏମିତି ଘଟଣା ମଧ୍ୟ ଘଟିଛି । ତହସିଲ କାର୍ଯ୍ୟାଳୟର ଏସଆରଏ ଏଭଳି ଘଟଣାକୁ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବାଦ ବିବାଦ ଘଟି ପୁଲସ କେସ ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ଆନନ୍ଦପୁର ତହସିଲ କାର୍ଯ୍ୟାଳୟକୁ ବଦଳି କରିଦେଇଥିଲେ । ସେହିପରି ଗତ ୫ତାରିଖ ସନ୍ଧ୍ୟାରେ ଫୋନ କରି ତହସିଲଦାର ତାଙ୍କୁ ଏକ ରିପୋଟ ମାଗିଥିଲେ । ୬ତାରିଖ ଦିନ ତଦନ୍ତ ରିପୋର୍ଟ ଏବଂ ନକ୍ସା ସହିତ ଅଫିସରେ ଦାଖଲ କରିବେ ବୋଲି କହିଥିଲେ । ୭ତାରିଖ ଆରଆଇସମସ୍ତ ରିପୋଟ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ମାତ୍ର ସେଦିନ ସନ୍ଧ୍ୟାରେ ଜଣେ କର୍ମଚାରୀ ଫୋନ କରି ଡବ୍ଲୁପିସି କେସ ନମ୍ବର ୨୫୯୭୮ର ନୋଟିସଟି ଆଣିବା ପାଇଁ ସେ ମନା କରିବାରୁ ସନ୍ଧ୍ୟା ୭ଘଟିକା ସମୟରେ ସମ୍ପୃକ୍ତ କର୍ମଚାରୀଙ୍କ ମୋବାଇଲ ନମ୍ବରରେ ତହସିଲଦାର ତାଙ୍କୁ ପୁଣି ଗାଳି ଗୁଲଜ କରିଥିଲେ । ଘଟଣାର ତଦନ୍ତ କରି ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରଆଇ ଦାବି କରିଛନ୍ତି ।