ବ୍ରାଉନସୁଗାର ଜବତ, ୬ ଗିରଫ
ତାଳଚେର : ତାଳଚେର କଳାହୀରା ସହରରେ ଧଳାଜହର କବଳରେ ଜର୍ଜରିତ ହେଉଥିବା ବେଳେ ଆଜି ତାଳଚେର ଟାଉନ ପୁଲିସ୍ ଧଳାଜହର ବ୍ୟବସାୟରେ ସମ୍ପୃକ୍ତ ୩ଜଣ ମହିଳା ଓ ୩ଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତ୍ରୀରେ ତାଳଚେର ଟାଉନ ୪ନମ୍ବର ଓ ୫ନମ୍ବର ୱାର୍ଡରେ ଚଢାଉ କରି ଏଥିରେ ସମ୍ପୃକ୍ତ ୬ ଜଣଙ୍କ ଠାରୁ ପ୍ରାୟ୨୧ଗ୍ରାମ ବ୍ରାଉନସୁଗାର, ନଗଦ ୪ହଜାର ଟଙ୍କା, ଗୋଟିଏ ମୋବାଇଲ୍ ଓ ଏକ ହୋଣ୍ଡା ସ୍କୁଟି ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏସମ୍ପର୍କରେ ପୁଲିସ୍ ତଥ୍ୟ ହସ୍ତଗତ ହୋଇନଥିବା ବେଳେ ବୋଧହୁଏ କିଛି ସ୍ୱାର୍ଥ ପାଇଁ ପୁଲିସ୍ ଏହାକୁ ସମ୍ଭବତଃ ଘଣ୍ଟ ଘୋଡାଇବା ପାଇଁ ଅପଚେଷ୍ଟା କରୁଛି ବୋଲି ଚର୍ଚ୍ଚା ଯୋରଧରିଛି ।